Videos
|
Odisha

ଜାହାଜରେ ହେଉଥିଲା ନିଶା କାରବାର, ମାଡ଼ି ବସିଲା କଷ୍ଟମ ବିଭାଗ

Jitendra Dash
Browse all articles by Jitendra Dash
·2 years ago·1 min read
ଜାହାଜରେ ହେଉଥିଲା ନିଶା କାରବାର, ମାଡ଼ି ବସିଲା କଷ୍ଟମ ବିଭାଗ

ଅର୍ଗସ ବ୍ୟୁରୋ : ଜାହାଜରେ ହେଉଥିଲା ନିଶା କାରବାର । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଦେଇ ବିଦେଶ ଚୋରା ଚାଲାଣ ବେଳେ ଜବତ ହେଲା ବ୍ରାଉନସୁଗାର । ଏହା ଇଣ୍ଡୋନେସିଆରୁ ଆସୁଥିଲା ଏବଂ ଭାୟା ପାରାଦୀପ ଦେଇ ଯାଉଥିଲା ଡେନମାର୍କ । ଜବତ ହୋଇଥିବା ବ୍ରାଉନସୁଗାର ୫ କେଜିରୁ ଅଧିକ । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜ ଏମଭିଦେବୀ ପାରାଦୀପର ପିଆଇସିଟି ଟର୍ମିନାଲରେ ଆଙ୍କରିଂ କରିଥିବା ବେଳେ ବ୍ରାଉନ ସୁଗାର ପେଟି ଡେନମାର୍କ ଯିବାକୁ ଥିବା ଜାହାଜରେ ଲୋଡିଂ କରିବାକୁ କରାଯାଉଥିଲା ବ୍ୟବସ୍ଥା । ଯାହାକୁ ମାଡି ବସିଛି କଷ୍ଟମ ବିଭାଗ । 

ଜବତ ସାମଗ୍ରୀର ଯାଂଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ପୂର୍ବରୁ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ବିଦେଶୀ ମଦ ଆଉ ସିଗାରେଟ କଲିକତା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Suspicious White Powder Consignment Seized From Cargo At Paradip Port | Argus News