College Election Postponed / ବ୍ୟାସନଗର କଲେଜରେ ନିର୍ବାଚନ ସ୍ଥଗିତ, ସକାଳ ସୁଦ୍ଧା ପିଲାଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ
·1 hour ago·2 min read

Key Points
ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ
ଗତକାଲି ବୋମାମାଡ଼ ପରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ କଲେ ପ୍ରିନ୍ସିପାଲ
ଅନିର୍ଦ୍ଦିଷ୍ଟକାଳ ପାଇଁ କଲେଜ ସାଇନ୍-ଏ-ଡାଏ ଘୋଷଣା

ସ୍ଥଗିତ ରହିଲା ବ୍ୟାସନଗର କଲେଜ ନିର୍ବାଚନ l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖାଯାଇଛି l ଏନେଇ କଲେଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କାଲି ସକାଳ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ମହାବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରିନ୍ସପାଲଙ୍କ ବାସଭବନ ଓ ଛାତ୍ରବାସ ନିକଟରେ ସୁତୁଲି ବୋମା ଫୁଟିଥିଲା । ତେବେ ଏହି ଘଟଣା ପରେ କଲେଜ ପରିସରରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଏହା ସହ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ କଲେଜ କତୃପକ୍ଷଙ୍କ ଦ୍ୱାରା ଯାଜପୁର ରୋଡ୍ ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି
ଅନ୍ୟପକ୍ଷରେ ଏହି ଘଟଣା ପରେ AVBP ଓ BCJD ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ, କଲେଜ କ୍ୟାମ୍ପସରେ ସିସିଟିଭି ଲଗାଇବା, କଲେଜ କ୍ୟାମ୍ପସକୁ ଅଣ ଛାତ୍ର ପ୍ରବେଶକୁ ବିରୋଧ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଭଳି ଦାବି ନେଇ ଗେଟ୍ ସମ୍ମୁଖରେ ଧାରଣା ପ୍ରତିବାଦ ଦିଆଯାଇଥିଲା l ସେତେବେଳେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା l ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଛି l
#Jajpur: Vyasnagar Autonomous College has been closed from 1 PM on October 8 until further notice, according to a notice issued by the principal. The 2026 students’ union election has also been postponed. Hostel boarders have been directed to vacate by the morning of October 9. #VyasnagarCollege #StudentElection #Odisha #ArgusNews
— Argus News (@ArgusNews_in) October 8, 2026
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରିନ୍ସପାଲଙ୍କ ବାସଭବନ ଓ ଛାତ୍ରବାସ ନିକଟରେ ସୁତୁଲି ବୋମା ଫୁଟିଥିଲା । ତେବେ ଏହି ଘଟଣା ପରେ କଲେଜ ପରିସରରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଏହା ସହ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ କଲେଜ କତୃପକ୍ଷଙ୍କ ଦ୍ୱାରା ଯାଜପୁର ରୋଡ୍ ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି
ଅନ୍ୟପକ୍ଷରେ ଏହି ଘଟଣା ପରେ AVBP ଓ BCJD ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ, କଲେଜ କ୍ୟାମ୍ପସରେ ସିସିଟିଭି ଲଗାଇବା, କଲେଜ କ୍ୟାମ୍ପସକୁ ଅଣ ଛାତ୍ର ପ୍ରବେଶକୁ ବିରୋଧ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଭଳି ଦାବି ନେଇ ଗେଟ୍ ସମ୍ମୁଖରେ ଧାରଣା ପ୍ରତିବାଦ ଦିଆଯାଇଥିଲା l ସେତେବେଳେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା l ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଛି l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories