Videos
|
Odisha

Swami Laxmanananda Case / କମିଶନ ରିପୋର୍ଟ ଗାଏବ ନେଇ ଖପ୍ପା ବିଶ୍ବ ହିନ୍ଦୁ ପରିଷଦ; ସିବିଆଇ ତଦନ୍ତ ଦାବି

Sushanta Sahoo
Browse all articles by Sushanta Sahoo
·3 hours ago·2 min read
କମିଶନ ରିପୋର୍ଟ ଗାଏବ ନେଇ ଖପ୍ପା ବିଶ୍ବ ହିନ୍ଦୁ ପରିଷଦ; ସିବିଆଇ ତଦନ୍ତ ଦାବି
VHP Seeks CBI Investigation

Key Points

କେମିତି ଗାଏବ ହେଲା ସ୍ୱାମୀଜୀଙ୍କ ହତ୍ୟାର ତଦନ୍ତ କମିଶନଙ୍କ ରିପୋର୍ଟ ?
ତଥ୍ୟ ଲୁଚାଇବାକୁ ହୋଇଛି କି ସୁଚିନ୍ତିତ ଷଡ଼ଯନ୍ତ୍ର ?
ଭୁବନେଶ୍ଵର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲା କମିଶନ ରିପୋର୍ଟ ଗାଏବ ନେଇ ଖପ୍ପା ବିଶ୍ବ ହିନ୍ଦୁ ପରିଷଦ । ନୂଆଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିବା ସହ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି । ଏବେ କମିଶନରେଟ୍ ପୋଲିସ ଘଟଣାର କରୁଛି ଖୋଳତାଡ଼ ।

କେମିତି ଗାଏବ ହେଲା ସ୍ୱାମୀଜୀଙ୍କ ହତ୍ୟାର ତଦନ୍ତ କମିଶନଙ୍କ ରିପୋର୍ଟ ? ତଥ୍ୟ ଲୁଚାଇବାକୁ ହୋଇଛି କି ସୁଚିନ୍ତିତ ଷଡ଼ଯନ୍ତ୍ର ? ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନିର୍ମମ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ କମିଶନଙ୍କ ରିପୋର୍ଟ ନିଖୋଜ ମାମଲାରେ କମିଶନରେଟ୍ ପୋଲିସ ତଦନ୍ତ କରୁଥିବା ବେଳେ ଏବେ ସିବିଆଇ ତଦନ୍ତ ପାଇଁ ଉଠିଛି ଦାବି ।

ଏଥିସହ ପଢ଼ନ୍ତୁ: ପୁରୀରେ ଛେଚୁଛି ପ୍ରବଳ ବର୍ଷା; କାଲି ହେବ ତାଳଧ୍ଵଜ, ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ 

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପରିଚାଳନା କମିଟିର ଦୁଇ ଦିନିଆ ବୈଠକରେ ଏନେଇ ଆଲୋଚନା ହୋଇଛି । ସମଗ୍ର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଭିଏଚପି ଦାବି କରିଛି ।

୨୦୦୮ ଅଗଷ୍ଟ ୨୩ ତାରିଖରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସ୍ବାମୀଜୀଙ୍କ ହତ୍ୟା ପରେ କନ୍ଧମାଳରେ ସୃଷ୍ଟି ହୋଇଥିଲା ହିଂସା । ଏଥିପାଇଁ ତଦନ୍ତ କମିଶନ ବସାଇଥିଲେ ସରକାର । ପ୍ରଥମେ ଜଷ୍ଟିସ ଶରତ ମହାପାତ୍ର କମିଶନ ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କ ମୃତ୍ୟୁ ପରେ ତଦନ୍ତ କଲେ ଜଷ୍ଟିସ ଏ ଏସ୍ ନାଇଡୁ ।

୨୦୧୬ ସେପ୍ଟେମ୍ବର ୧୬ରେ ରାଜ୍ୟ ସରକାରଙ୍କୁ ନାଇଡୁ କମିଶନ ରିପୋର୍ଟ ପ୍ରଦାନ କରିଥିଲେ । ହେଲେ ବିଧାନସଭାରେ ଉପସ୍ଥାପିତ ହେଲା ନାହିଁ କମିଶନ ରିପୋର୍ଟ । ନିର୍ବାଚନ ପରେ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ରିପୋର୍ଟ ଫେରି ନଥିଲା । ରିପୋର୍ଟ କାହିଁକି ଓ କିଏ ଗାଏବ କଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ଏଥିସହ ପଢ଼ନ୍ତୁ: CMOରୁ କମିଶନ ଫାଇଲ ଗାଏବ ଘଟଣା, କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର 

ମାମଲାର ତଦନ୍ତ କମିଶନରେଟ ପୋଲିସ ହାତରେ । ଦୁଇ ପୂର୍ବତନ ସଚିବଙ୍କୁ ବି ହାଜର ପାଇଁ ନୋଟିସ କରିଛି ପୋଲିସ । ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପଚରାଉଚରା ସରିଛି । ଏବେ କମିଶନ ରିପୋର୍ଟ ଗାଏବ ପଛର ଶତ କେବେ ପଦା କୁ ଆସୁଛି ତାହା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored