Jagannath Rath Yatra / ପୁରୀରେ ଛେଚୁଛି ପ୍ରବଳ ବର୍ଷା; କାଲି ହେବ ତାଳଧ୍ଵଜ, ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼
·7 hours ago·2 min read

Key Points
ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ସରିଛି । ପରେ ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ କରାଯିବା ବେଳେ ବାଧକ ସାଜିଛି ବର୍ଷା ।
ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା । ଶରଧାବାଲି ଭକ୍ତିର ସୁଅ । ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରାର ଷଷ୍ଠ ଦିନ, ସପ୍ତମୀ ତିଥିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ଅଣାଯିବା ପରେ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି ।
ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ସରିଛି । ପରେ ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ କରାଯିବା ବେଳେ ବାଧକ ସାଜିଛି ବର୍ଷା । ଫଳରେ ଆଜି ପାଇଁ ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ ସ୍ଥଗିତ ରଖାଯାଇଛି ।
ଏଥିସହ ପଢ଼ନ୍ତୁ: ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି, ଆଜିଠୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
ସେହିଭଳି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବେବି ଉତ୍ତର ମୁହାଁ ହୋଇ ରହିଛି । ଆସନ୍ତାକାଲି (ବୁଧବାର) ନନ୍ଦିଘୋଷ ରଥ ସହିତ ତାଳଧ୍ଵଜ ରଥକୁ ଶରଧାବାଲି ନାକଚଣା ଦ୍ଵାରକୁ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ଆଜି ସନ୍ଧ୍ୟାରେ (ମଙ୍ଗଳବାର) ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ରେ ବର୍ଷା ବାଧକ ସାଜିଥିଲେ । ଫଳରେ ତାଳଧ୍ଵଜ ରଥକୁ ବର୍ତ୍ତମାନ ଅଟକିଥିବା ସ୍ଥାନରେ ରଖିବାର ବ୍ୟବସ୍ଥା କରାଯାଉଛି । ସମସ୍ତ ରଥର ବର୍ତ୍ତମାନ ସ୍ଥାନରେ ଆବଶ୍ୟକ ବ୍ୟାରିକେଡିଂ ଓ ସୁରକ୍ଷା ବ୍ୟବସ୍ଥାଗ୍ରହଣ କରାଯାଉଛି ।
ସନ୍ଧ୍ୟାରୁ ଶ୍ରୀକ୍ଷେତ୍ରରେ ଲାଗି ରହିଛି ପ୍ରବଳ ବର୍ଷା । ତେଣୁ ବଡ଼ଦାଣ୍ଡରେ ଯାତାୟାତ ସ୍ୱାଭାବିକ ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ କରୁଛି । ସମସ୍ତ ସେବାୟତ ଏବଂ ଭକ୍ତ, ଶ୍ରଦ୍ଧାଳୁମାନଙ୍କର ସହଯୋଗ କାମନା କରିଛନ୍ତି ଶ୍ରୀମନନ୍ଦିର ମୁଖ୍ୟ ପ୍ରଶାସକ ।
ଘୋଷଯାତ୍ରାର ଅନ୍ୟ ଏକ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି 'ଦକ୍ଷିଣ ମୋଡ଼' । ଗତକାଲି ବିଳମ୍ବିତ ରାତିରେ ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଥିଲା । ଯାହାପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବା ଲେଉଟାଣି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସକାଳ ଧୂପ ପରେ ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ତିନି ବାଡ଼ରୁ ତିନୋଟି ଆଜ୍ଞାମାଳ ଆଣି ରଥରେ ବିଜେ କରିଥିଲେ ପୂଜାପଣ୍ଡା ସାମନ୍ତ ।
ଏଥିସହ ପଢ଼ନ୍ତୁ: ହ୍ୱିଲଚେୟାରରେ ମହାପ୍ରଭୁଙ୍କ ଦର୍ଶନ, ଭାବବିହ୍ୱଳ ହେଲେ ଭକ୍ତ
ଯାହାପରେ ତିନି ରଥର 'ଦକ୍ଷିଣ ମୋଡ଼' ନୀତି ଆରମ୍ଭ ହୋଇଥିଲା । ତେବେ ବର୍ଷା ପାଇଁ କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ଅଣାଯାଇଛି । ଆସନ୍ତାକାଲି ଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରକୁ ନିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories