Videos
|
Odisha

MMDR Row / ଷ୍ଟେଜ ଉପରେ ତାରା ବାହିନୀପତି-ନାରାୟଣ ମୁଁହାମୁହିଁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଷ୍ଟେଜ ଉପରେ ତାରା ବାହିନୀପତି-ନାରାୟଣ ମୁଁହାମୁହିଁ
Congress-CPI Face-Off During MMDR Protest

Key Points

ରାଜ୍ୟ ଇଣ୍ଡି ମେଣ୍ଟ ଆନ୍ଦୋଳନ ଭିତରେ ଦେଖିବାକୁ ମିଳିଛି ହାଇଡ୍ରାମା । MMDR କାୟାକଳ୍ପ ସମେତ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ବାହାରିଥିଲେ କଂଗ୍ରେସ ଓ ବାମଦଳର ନେତା । ହେଲେ ଘେରାଉ ପୂର୍ବରୁ ମଞ୍ଚ ଉପରେ ହୋଇଗଲା 'ତୁ ତୁ ମେଁ ମେଁ' ।
ଭୁବନେଶ୍ୱର: ସରକାରଙ୍କ ବିରୋଧରେ ଗର୍ଜିବାକୁ ଏକାଠି ହେଲେ ସିନା, ହେଲେ ସାମ୍ନାକୁ ଆସିଲା ଅନ୍ତଃକନ୍ଦଳର ଅସଲ ଚିତ୍ର । ରାଜ୍ୟ ଇଣ୍ଡି ମେଣ୍ଟ ଆନ୍ଦୋଳନ ଭିତରେ ଦେଖିବାକୁ ମିଳିଛି ହାଇଡ୍ରାମା । MMDR କାୟାକଳ୍ପ ସମେତ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ବାହାରିଥିଲେ କଂଗ୍ରେସ ଓ ବାମଦଳର ନେତା ।

ହେଲେ ଘେରାଉ ପୂର୍ବରୁ ମଞ୍ଚ ଉପରେ ହୋଇଗଲା 'ତୁ ତୁ ମେଁ ମେଁ' । ଅପର ପକ୍ଷରେ, ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଯାହାକୁ ନେଇ କଟାକ୍ଷ କରିଛି ବିଜେପି । କହିଛି, "ଅସ୍ତିତ୍ଵ ବଞ୍ଚାଇବାକୁ ଆନ୍ଦୋଳନର ନାଟକ କରୁଛି କଂଗ୍ରେସ ।"

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି 'ଓଡ଼ିଶା ବନ୍ଦ'କୁ ନେଇ ଆଲର୍ଟରେ ପ୍ରଶାସନ, ବାତିଲ୍ ହେବନି OSSTET ପରୀକ୍ଷା 

ସରକାରଙ୍କ ବିରୋଧରେ ଗର୍ଜିବାକୁ ଏକାଠି... ହେଲେ ମିଶୁନାହିଁ ଦଳୀୟ ନେତାଙ୍କ ମନ । ବାମ ଦଳକୁ ସାଙ୍ଗରେ ନେଇ ଆଜି ଏମଏମଡିଆର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା କଂଗ୍ରେସ । ହେଲେ ଘେରାଉ ପୂର୍ବରୁ ସମାବେଶ ବେଳେ ଦେଖିବାକୁ ମିଳିଥିଲା ଅଜବ ଚିତ୍ର ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିପିଆଇ ଦଳକୁ ଟାର୍ଗେଟ କରି ମଞ୍ଚ ଉପରେ ଅଭିମାନ କରିଥିଲେ କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଉ ତାରାଙ୍କ ବୟାନକୁ ମଞ୍ଚ ତଳୁ ବିରୋଧ କରିଥିଲେ ସିପିଆଇ ନେତା । ସ୍ଥିତି ଏମିତି ହେଲା ଯେ ଆନ୍ଦୋଳନ ଛାଡି ଚାଲିଯିବାକୁ ବାହାରିଲେ କିଛି ନେତା । ହେଲେ ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡ଼ିଲା ।

ଏମଏମଡିଆର ଆଇନ୍ ପ୍ରତ୍ୟାହାର ସହ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା କଂଗ୍ରେସ । ପୋଲିସ ସହ ଧସ୍ତାଧସ୍ତି ବେଳେ ଅନେକ ନେତାଙ୍କୁ ଉଠାଇ ନେଇଛି ପୋଲିସ ।

ଏଥିସହ ପଢ଼ନ୍ତୁ: ପବ୍ଲିକରେ ମାଇଲେଜ୍ ନେବା ପାଇଁ ବିଜେଡିର ଜନଆନ୍ଦୋଳନ ! 

ତେବେ ଆସନ୍ତା ଅକ୍ଟୋବର ୮ରେ ଦଳ ଓଡ଼ିଶା ବନ୍ଦ କରିବାକୁ ଡାକରା ଦେବା ସହ ସହଯୋଗୀ ବାମ ଦଳର ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେପଟେ ବିଧାନସଭାରେ ଆଲୋଚନା ବେଳେ ପଛଘୁଞ୍ଚା ଦେବା ପରେ ରାସ୍ତାରେ ହୋ ହଲ୍ଲା କରି କଂଗ୍ରେସ ନିଜ ଅସ୍ତିତ୍ଵ ଲଢେଇ ପାଇଁ ଚେଷ୍ଟା କରୁଥିବା କହିଛି ବିଜେପି । ଜଳ ଜଳ ଜଣା ପଡୁଛି ରାଜ୍ୟ ଇଣ୍ଡି ମେଣ୍ଟରେ ଫାଟ । ଆଗକୁ ପ୍ରସଙ୍ଗ ଭିତ୍ତିକ ଲଢ଼େଇରେ ଏହା କେତେ ଦୂର ଯୋଡୁଛି ତା ଉପରେ ନଜର ।