Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୭ ବର୍ଷ ପରେ ଘରକୁ ଫେରିଲେ ତାରାକାନ୍ତ ମଲ୍ଲିକ

Odisha

୭ ବର୍ଷ ପରେ ଘରକୁ ଫେରିଲେ ତାରାକାନ୍ତ ମଲ୍ଲିକ

Jitendra Dash
Browse all articles by Jitendra Dash
·2 years ago
୭ ବର୍ଷ ପରେ ଘରକୁ ଫେରିଲେ ତାରାକାନ୍ତ ମଲ୍ଲିକ

ଅର୍ଗସ ବ୍ୟୁରୋ : ଘରକୁ ଫେରିଲେ ୭ ବର୍ଷ ଧରି ମାଲେସିଆରେ ଫସିରହିଥିବା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଯୁବକ ତାରାକାନ୍ତ ମଲ୍ଲିକ । ଅଧିକ ରୋଜଗାର ଆଶାରେ ଦଲାଲଙ୍କ ଭରସାରେ ଭିଟାମାଟି ଛାଡି ମାଲେସିଆ ଯାଇଥିଲେ । ହେଲେ ରୋଜଗାର ଆଶା ତାରାକାନ୍ତଙ୍କ ପାଇଁ ବୁମେରାଂ ପାଲଟିଥିଲା । କର୍ମସ୍ଥଳରେ ତାଙ୍କୁ ମିଳିଥିଲା ଅକଥନୀୟ ଅତ୍ୟାଚାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତାରାକାନ୍ତଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲେ ଦଲାଲ । ଏପରିକି ତାଙ୍କ ପାସପୋର୍ଟ ନେଇ ଧରା ଛୁଆଁ ଦେଇନଥିଲା । ଅସହାୟ ତାରାକାନ୍ତ ପରିବାରକୁ ଜଣାଇବା ପରେ ତାଙ୍କ ସାନ ଭାଇ ଓଡିଶା ମୋ ପରିବାରର ସହାୟତା ଲୋଡିଥିଲେ । ତେବେ ୭ ବର୍ଷ ପରେ ଓଡ଼ିଶା ମୋ ପରିବାରର ସହାୟତରେ ଓଡ଼ିଶା ଫେରିଛନ୍ତି ତାରାକାନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Tarakant Mallik returned home after 7 years | Argus News