Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟେଲିଗ୍ରାମ ଫ୍ରଡ୍‌ରେ ସ୍କାମ କରି ବନ୍ଧା ହେଲେ ସାଇବର କିଙ୍ଗପିନ୍

Jitendra Dash
Browse all articles by Jitendra Dash
·2 years ago·1 min read
ଟେଲିଗ୍ରାମ ଫ୍ରଡ୍‌ରେ ସ୍କାମ କରି ବନ୍ଧା ହେଲେ ସାଇବର କିଙ୍ଗପିନ୍

ଅର୍ଗସ ବ୍ୟୁରୋ : ଟେଲିଗ୍ରାମ ଫ୍ରଡ୍‌ରେ ସ୍କାମ କରି ବନ୍ଧା ହେଲେ ସାଇବର କିଙ୍ଗପିନ୍ I ଗିରଫ ଅଭିଯୁକ୍ତ ହେଲେ ନିହାର ରଞ୍ଜନ ପାଇକରାୟ,  ମାନସ ରଂଜନ ସୁନା, ତୃପ୍ତି ରଂଜନ ପାତ୍ର, ବନଲତା ସାହୁ । ଅଭିଯୁକ୍ତମାନେ ନୂଆ ଲିଙ୍କ୍‌ ଆସିଲେ, ନୂଆ ଗ୍ରୁପରେ ଆଡ୍‌ କରି ଦେଉଥିଲେ କିଛି ଲୋକଙ୍କୁ । ରେଟିଂ ଦେଖି ଇନଭେଷ୍ଟ କରିବାକୁ କହୁଥିଲେ । ଉଧାର କରି ବା ଲୋନ୍‌ କରି ଟଙ୍କା ବିନିଯୋଗ କରୁଥିଲେ ଲୋକେ ।

ଟେଲିଗ୍ରାମ ଲିଙ୍କରେ ଜଏନ କରି ରେଟିଂ ଦେବା ପାଇଁ ରିକ୍ୟୁଏଷ୍ଟ ଆସୁଥିଲା । ବିଶ୍ବାସ ଜନ୍ମଇବା ପରେ ଟଙ୍କା ବିନିଯୋଗ କରିବାକୁ କହୁଥିଲେ ଠକମାନେ । ଜଣେ ବ୍ୟକ୍ତି ୧୧ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରାୟ ମ୍ୟୁଲ ଆକାଉଣ୍ଟ କ୍ରିଏଟ କରି ଲୋକଙ୍କୁ ଠକୁଥିଲେ ଏମାନେ । ଟ୍ରେଡିଙ୍ଗ କରାଇ ଟଙ୍କା ଦେବାକୁ କହି ମାସିକିଆ ଟଙ୍କା ମିଳିବ କହି ଲୋକଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠକେଇ ହୋଇଥିବା ଟଙ୍କାକୁ ନେଇ ତିଆରି ହୋଇଥିବା ୪୨ଟି ଆକାଉଣ୍ଟ ତିଆରି କରିଥିଲେ । କିଙ୍ଗପିନ୍‌ ମାନେ ନିଜର ଏଜେଣ୍ଟ ରଖି ମୋଟା ଅଙ୍କର ଟଙ୍କା ଦେଇ ମ୍ୟୁଲ ଆକାଉଣ୍ଟ ଖୋଲି ବ୍ୟବହାର କରୁଥିଲେ । ଡମୀ ଆକାଉଣ୍ଟକୁ ବନ୍ଦ କରିବା ସହ ମୋବାଇଲ ନମ୍ବର ଅପଡେଟ କରିବା ଓ ଫେକ ଆକାଉଣ୍ଟ ବନ୍ଦ କରିବା ପାଇଁ ଆରବିଆଇକୁ ଚିଠି ଲେଖିବ କମିଶନରେଟ ପୋଲିସ । 
 

Sponsored
Telegram fraud scam case | Argus News