Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ

Odisha

ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ

Jitendra Dash
Browse all articles by Jitendra Dash
·2 years ago·2 min read
ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ

ଅର୍ଗସ ବ୍ୟୁରୋ : ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ଗତକାଲି ଅପେକ୍ଷା ଆଜି ତାପମାତ୍ରା ୧ ରୁ ୨ ଡିଗ୍ରୀ କମ୍ ଥିଲେ ବି ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୨୪ ଘଣ୍ଟା ହିଟୱେଭ୍ ଜାରି ରହିବ । ଏଥିପାଇଁ ନୟାଗଡ଼, ବଲାଙ୍ଗିର, ଭଦ୍ରକ, ଗଜପତି, ବୌଦ୍ଧ ଓ ଭୁବନେଶ୍ବରକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି କାଳବୈଶାଖୀ ବର୍ଷା ଆଣିପାରେ ଆଶ୍ବସ୍ତି । ୭ ଓ ୮ ତାରିଖ ରାଜ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି ୨ରୁ୪ ଡିଗ୍ରୀ କମିପାରେ ତାପମାତ୍ରା । ବର୍ଷା ପାଇଁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ଯାଜପୁର, କଟକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଖରା ବଢୁଥିବାବେଳେ ଅଂଶୁଘାତ ପାଇଁ ସତର୍କ କରାଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବାବେଳେ ଅନୁଗୁଳରୁ ୫, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ବରରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ସବୁ ଡାକ୍ତରଖାନାକୁ ଅଂଶୁଘାତ ପାଇଁ ସତର୍କ ରହିବାକୁ କୁହାଯାଇଛି । ଜିଭ ଶୁଖିଯିବା, ବାନ୍ତି ଲାଗିବା, ବିପି କମିବା, ଦେହହାତ ଘୋଳା ବିନ୍ଧା ଓ ଗମଗମ୍ ଝାଳ ବୋହିବା ହେଉଛି ଅଂଶୁଘାତର ଲକ୍ଷଣ । ଏଥିପାଇଁ ସଜାଗ ରହିବା ସହ ଖରାରେ ବେଶୀ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଅଂଶୁଘାତ ଜନିତ ରୋଗି ହସ୍ପିଟାଲକୁ ଆସିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସହ ୧୦ ବେଡ୍ ପ୍ରସ୍ତୁତ ରଖାଯାଇଛି । ଏଥିସହ କୁଲର୍ ଏବଂ ଏସି ରୁମର ବ୍ୟବସ୍ଥା କରାଯିବା ସହ ରୋଗୀଙ୍କ ପାଇଁ ORS କର୍ଣ୍ଣର ଖୋଲା ଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ରୁ ୩ଟା ମଧ୍ୟରେ ବାହାରେ ଖେଳିବାକୁ ବାରଣ କରିଛନ୍ତି ଏସଆରସି । ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କ୍ରୀଡା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
 

Raja Festival
Sponsored