Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଝି ରାସ୍ତାରେ ଟାୟାର ଜାଳି ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Jitendra Dash
Browse all articles by Jitendra Dash
·2 years ago·1 min read
ମଝି ରାସ୍ତାରେ ଟାୟାର ଜାଳି ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ଅର୍ଗସ ବ୍ୟୁରୋ : ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା କେବଳ ଯେ ଚିନ୍ତାର ବିଷୟ ତାହା ନୁହେଁ, ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ କେମିତି ନଷ୍ଟ ହୋଇ ସାରିଛି ତାହା ଦେଖିବାକୁ ମିଳିଛି । ରାସ୍ତାରେ ଟାୟାର ଜଳୁଛି, ମଝି ରାସ୍ତାରେ ବସିଛନ୍ତି ଛାତ୍ରଛାତ୍ରୀ । ଘଟଣା ହେଲା ନୂଆ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବକୁ ପୂର୍ବତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ  ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବୁଧବାର ରାତି ପ୍ରାୟ ୮ ଟାରୁ ୯ ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବିଜେବି ଛାତ୍ରଙ୍କ ଏହି ଆନ୍ଦୋଳନ ଯୋଗୁଁ କଟକ- ଭୁବନେଶ୍ବର ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ପୋଲିସ ବାରମ୍ବାର ପିଲାଙ୍କ ସହ ଆଲୋଚନା କରି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲା । ହେଲେ ଦୁଇ ଘଣ୍ଟା ପରେ ପୋଲିସ ଓ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରି ଆନ୍ଦୋଳରୁ ଓହରିଥିଲେ ଛାତ୍ରଛାତ୍ରୀ । ପରେ ରାସ୍ତା ଅବରୋଧ ହଟିଥିଲା । ଦିନକୁ ଦିନ ଅଶାନ୍ତ ହେଉଛି ବିଜେବି କଲେଜର ମାହୋଲ । ଶାନ୍ତି-ଶୃଙ୍ଖଳାର ଉଡୁଛି ଧଜିଆ । ତେବେ ଏହି ଘଟଣାରେ ଆଗକୁ କଣ ନୂଆ ମୋଡ଼ ତାକୁ ଦେଖିବାକୁ ଅପେକ୍ଷା ।
 

Sponsored
Tension at BJB College in Bhubaneswar after ex-student picked up by police | Argus News