Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଳକା ଆସନରେ ପ୍ରାର୍ଥୀ ଚୟନ ନେଇ ବିଜେଡିରେ ବଢୁଛି ଟେନସନ୍

Jitendra Dash
Browse all articles by Jitendra Dash
·2 years ago·2 min read
ବଳକା ଆସନରେ ପ୍ରାର୍ଥୀ ଚୟନ ନେଇ ବିଜେଡିରେ ବଢୁଛି ଟେନସନ୍

ଅର୍ଗସ ବ୍ୟୁରୋ : ଚାରୋଟି ଫେଜରେ ୧୧୭ ପ୍ରାର୍ଥୀଙ୍କ ନାଁ ବିଜେଡି ଘୋଷଣା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାକଟପୁର, କୋରେଇ, କରଞ୍ଜିଆ, କେନ୍ଦ୍ରାପଡା ଓ କୁଚିଣ୍ଡା ଭଳି ୫ ଆସନର କାର୍ଡ ଖୋଲିନି ବିଜେଡି । ଷ୍ଟାଣ୍ଡିଂ ବିଧାୟକ ସତ୍ତ୍ବେ ଏହି ୫ ଆସନରେ ଦଳ ପ୍ରାଥିଙ୍କ ନାଁ ଘୋଷଣା ନ କରିବା ଟିକେଟ କଟିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । କେନ୍ଦ୍ରାପଡା ଓ କୁଚିଣ୍ଡାରେ ଦଳ ଅନ୍ୟ ଦଳରୁ ନେତାଙ୍କ ଆମଦାନୀ କରିବା ପରେ ବର୍ତ୍ତମାନର ବିଧାୟକଙ୍କ ଟିକେଟ କଟିବା ଦିଗରେ ବଡ଼ ସଙ୍କେତ ଦେଇଛି । କେନ୍ଦ୍ରାପଡାରେ ଗଣେଶ୍ବର ବେହେରା ବିଜେଡ଼ିରେ ସାମିଲ ହେବା ପରେ ବର୍ତ୍ତମାନର ବିଧାୟକ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିବା ସୁନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । 

ସେହିପରି କୁଚିଣ୍ଡାରେ ରାଜେନ୍ଦ୍ର ଛତ୍ରିଆ ଓ ବୃନ୍ଦାବନ ମାଝୀ ବିଜେଡିରେ ସାମିଲ ହେବା ପରେ ବର୍ତ୍ତମାନର ବିଧାୟକ କିଶୋର ନାୟକଙ୍କ ଟିକେଟ କଟିବ ବୋଲି କୁହାଯାଉଛି । ସେହିପରି କାକଟପୁର ଓ କରଞ୍ଜିଆ  ନିର୍ବାଚନୀ ମଣ୍ଡଳୀରେ ବିରୋଧୀଙ୍କ ରଣନୀତିକୁ ଦେଖି ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ତୁଷାର କାନ୍ତି ବେହେରା ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ଥିବା ବାସନ୍ତୀ ହେମ୍ବ୍ରମଙ୍କୁ ବିଜେଡି ବଦଳାଇ ପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି କୋରେଇ ରେ ପ୍ରତ୍ୟେକ ଥର ନିର୍ବାଚନରେ ଦଳ ଚେହେରା ପରିବର୍ତ୍ତନ କରୁଥିବାରୁ ଏଥର ବି ବିଧାୟକ ଅଶୋକ ବଳଙ୍କୁ ପରିବର୍ତ୍ତନ କରିବ ବୋଲି ସ୍ପଷ୍ଟ ସଂକେତ ଦେଇସାରିଲାଣି ଦଳ । ତେବେ ବିଜେଡି ନେତା କହିଛନ୍ତି ଟିକେଟକୁ ନେଇ କୌଣସି ଟେନସନ ନାହିଁ । 

ସେପଟେ ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ନିର୍ବାଚନ ମଣ୍ଡଳୀ ଛାଡି ରାଜଧାନୀ ରେ ଡେରା ପକେଇଛନ୍ତି ନେତା ଓ କର୍ମୀ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜୟପୁର ଆସନ ପାଇଁ ଟିକେଟ ଘୋଷଣା ହୋଇ ନଥିବା ବେଳେ ବାରମ୍ବାର ଶଙ୍ଖ ଭବନ ଦୌଉଡୁଛନ୍ତି ବରିଷ୍ଠ ନେତା ରବି ନନ୍ଦ ଏବଂ ଆଶାୟୀ ଈଶ୍ବର ପାଣିଗ୍ରାହୀ । ଗତ ୧୩ ତାରିଖରେ ନିଜ ସମର୍ଥକ ମାନଙ୍କୁ ଧରି ଉଭୟ ନେତା ଶଙ୍ଖ ଭଵନ ଆସିଥିବା ବେଳେ ଆଜି ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ଭୋଗରାଇ ଆସନ ଲାଗି ପୁଅ ପାଇଁ ଲବି କରି ଆଜି ନିଜ ସମର୍ଥକଙ୍କୁ ଧରି ନବୀନ ନିବାସରେ ପହଁଚିଥିଲେ ବରିଷ୍ଠ ବିଧାୟକ ଅନନ୍ତ ଦାସ । ବର୍ତ୍ତମାନ ସୁଦ୍ଧା ୩୦ ଆସନରେ ବିଜେଡି କ୍ୟାଣ୍ଡେଟ ଦେବାକୁ ବାକି ଥିବା ବେଳେ ବାଲିକୁଦା, ବେଗୁନିଆ, ବରି, ବଡ଼ଚଣାରେ ଭଳି କିଛି ସ୍ଥାନରେ ଆମଦାନୀ ନେତା ଓ ଆଶାୟୀ ପ୍ରାଥିଙ୍କ ଟଣା ଓଟରାକୁ ନେଇ ବିଗିଡିଲାଣି ବିଜେଡି ଗଣିତ । 
 

Sponsored
Tension is growing in BJD over the selection of candidates in the remaining seats | Argus News