Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Thar Enters Jail / ଜେଲ୍‌ ଭିତରେ ପଶିଲା ଥାର୍‌, ଫିଲ୍ମ ଷ୍ଟାଇଲରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ସ୍ୱାଗତ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ଜେଲ୍‌ ଭିତରେ ପଶିଲା ଥାର୍‌, ଫିଲ୍ମ ଷ୍ଟାଇଲରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ସ୍ୱାଗତ
Thar Enters Jail

Key Points

ଥାର ଗାଡି ଧରି ଜେଲରୁ ବାହାରିଲେ ଗ୍ୟାଙ୍ଗଷ୍ଟର
ଥାର ଗାଡି ଚୌଦ୍ବାର ଜେଲ ଭିତରକୁ ଗଲା କେମିତି ?
ଗ୍ୟାଙ୍ଗଷ୍ଟର୍ ଧଳ ସାମନ୍ତର ରାଇଟ ହ୍ୟାଣ୍ଡ ବୋଲି କୁହାଯାଉଛି
ପୁଣି ଥରେ ଚୌଦ୍ବାର ଜେଲର ସୁରକ୍ଷାରେ ଦେଖିବାକୁ ମିଳିଛି ବଡ଼ ତ୍ରୁଟି । ଗ୍ୟାଙ୍ଗଷ୍ଟାରକୁ ଆଣିବାକୁ ଜେଲ୍‌ ଭିତରକୁ ପଶିଲା ଥାର୍ ଗାଡ଼ି । ଆଉ ଫିଲ୍ମ ଷ୍ଟାଇଲରେ ରିଲ୍ସ କରି କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ଜେଲ୍‌ ଭିତରରୁ ସ୍ବାଗତ କରିଛନ୍ତି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ଥାର୍‌ ଗାଡି ଧରି ଚୌଦ୍ବାର ଜେଲରୁ ବାହାରିଲେ ଗ୍ୟାଙ୍ଗଷ୍ଟର । କିଭଳି ଜଣେ ଅଭିଯୁକ୍ତ ଜେଲରୁ ବାହାରିଲା ବେଳେ ଥାର ଗାଡି ଜେଲ ଭିତରକୁ ଗଲା ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ I କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଧଳସାମନ୍ତର ରାଇଟ ହ୍ୟାଣ୍ଡ ଲିଟୁଆ ବେହେରା ବୋଲି କୁହାଯାଉଛି I

ଅଧିକ ପଢ଼ନ୍ତୁ: NEET ପାଇଁ ଲୋକସେବା ଭବନରେ ବଡ଼ ବୈଠକ, ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ


ନିକଟରେ ଜେଲରୁ ଜଣେ ଅଭିଯୁକ୍ତ ଲିଟୁଆ ବେହେରା ଖଲାସ ହୋଇଥିଲେ । ଆଉ ତାକୁ ଆଣିବା ପାଇଁ ଧଳସାମନ୍ତ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ଥାର୍‌ ଗାଡ଼ି ଜେଲ୍ ଗେଟ୍ ଭିତରେ ପଶିଥିଲା । ଆଉ ପୂରା ଫିଲ୍ମ ଷ୍ଟାଇଲରେ ରିଲ୍ସ ଭିଡିଓ କରି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲିଟୁଆକୁ ସ୍ବାଗତ ମଧ୍ୟ କରାଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଚୌଦ୍ବାର ଜେଲ୍‌ ଭିତରକୁ କେମିତି ଗଲା ଥାର୍‌ ଗାଡ଼ି ? କୌଣସି ଯାଞ୍ଚ ଓ ଚେକିଂ ବିନା ଗାଡ଼ି କିଭଳି ଜେଲ୍‌ ପରିସରକୁ ଗଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thar Enters Choudwar Jail To Welcome Gangster | Argus News