|
logo
Live

Argus News - ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ବିରୋଧରେ “ବ୍ଲକ ଓ ମ୍ୟୁନିସିପାଲିଟି” ଘେରାଓର ୫ମ ଦିନ

Odisha

ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ବିରୋଧରେ “ବ୍ଲକ ଓ ମ୍ୟୁନିସିପାଲିଟି” ଘେରାଓର ୫ମ ଦିନ

Jitendra Dash
Browse all articles by Jitendra Dash
·2 years ago·3 min read
ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ବିରୋଧରେ “ବ୍ଲକ ଓ ମ୍ୟୁନିସିପାଲିଟି” ଘେରାଓର ୫ମ ଦିନ

ଅର୍ଗସ ବ୍ୟୁରୋ : ନବୀନ ସରକାରରେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡିଶା । ‘ଲ’ଲେସ୍‌ନେସ୍‌’ର ଶୀକାର ହୋଇ ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତ । ଆଜି ଶାସକ ଦଳର ୪୦ରୁ ଅଧିକ ବିଧାୟକ ସଙ୍ଗୀନ ଦଫାର ଅଭିଯୁକ୍ତ । ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୈାନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି କିନ୍ତୁ କୌଣସି ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ରାଜ୍ୟର ପ୍ରତି ଅଢେଇ ଘଂଟାରେ ଜଣେ ହତ୍ୟା କିମ୍ବା ଦୁଷ୍କର୍ମର ଶିକାର ହେଉଛି । ଭାରତବର୍ଷରେ ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡିଶା ୧ ନମ୍ବର ସ୍ଥାନ ଅଧିକାର କରିଛି । ବ୍ରାଉନସୁଗାର, ଚରସ, କୋକେନ, ହିରୋଇନ, ସାପ ଗରଳ, ଗଂଜେଇ ଓ ଅଫିମ ଭଳି ଉତ୍କଟ ନିଶା କାରବାରର ପେଣ୍ଠସ୍ଥଳୀ ଓଡିଶା । ଓଡ଼ିଶାର ପୋଲିସ ପ୍ରଶାସନ ଦଳୀୟ ଭିତିରେ ମାମଲା ପଞ୍ଜୀକୃତ କରୁଛନ୍ତି । ପ୍ରମାଣ ନଷ୍ଟ କରି ସ୍ୱଚ୍ଛତାର ଭେଳିକି ଦେଖାଇବାରେ ଓଡ଼ିଶା ପୋଲିସ ଏକ ନୀ ଥାନାଗୁଡିକରେ ଦଳୀୟ ଭିତିରେ ଏତଲା ପଞ୍ଜୀକୃତ ହେଉଛି । ପ୍ରମାଣ ନଷ୍ଟ କରି ସ୍ୱଚ୍ଛତାର ଭେଳିକି ଦେଖାଇବାରେ ଓଡିଶା ପୋଲିସ ଏକ ନୀତିରେ ପରିଣତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ଭଦ୍ରକ ଜିଲ୍ଲା ତିହିଡି ନିର୍ବାଚନ ମଣ୍ଡଳୀର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଆଜି ଅଣନିଶ୍ୱାସୀ । ପଂଚାୟତ, ବ୍ଲକ ରୁ ସଚିବାଳୟ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି । “ଅଣଓଡିଆ ଅଫିସର, ଠିକାଦାର ଓ ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦% ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି, କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ରହୁଛନ୍ତି । ଚିଟଫଣ୍ଡ ମହାଦୁର୍ନୀତିର ଶିକାର ହୋଇ ଆଜି ଲକ୍ଷ ଲକ୍ଷ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରାଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଛପା ନାହିଁ । ବିଜେଡି ଶାସନର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମଗ୍ର ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି । ବିଜେପି ଆନ୍ଦୋଳନର ଡାକରା ଦେଇଛି ସତ, କିନ୍ତୁ ସାଧାରଣ ଲୋକ ଏହାର ନେତୃତ୍ୱ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅପିସରମାନଙ୍କୁ ୨୦ ହଜାର ଟଙ୍କା ଲାଂଚ ଦେଉଛି । ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାର ମୁଣ୍ଡ ଉପରେ ଛାତ ନାହିଁ । ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନରେ ଓଡିଶାକୁ ଦେଇଥିବା ୧୫ ହଜାର କୋଟି  ଅର୍ଥରାଶିକୁ ବିଜେଡିର ନେତା ଅଫିସର ମାନେ ଲୁଟ୍ କରୁଛନ୍ତି । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଂଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ଧାନକିଣା ଦୁର୍ନୀତି ହେଉଛି ଅନ୍ୟତମ ବଡ ଦୁର୍ନୀତି । ‘ମିଲର୍‌-ଦଲାଲ୍‌–ରାଜ୍ୟ ସରକାର’ ଅସାଧୁ ମେଂଟ କାରଣରୁ ଚାଷୀମାନେ ହନ୍ତସନ୍ତ । ଡିଏମଏଫ ବାବଦରେ କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କା ଆଜି ବିନା ଟେଣ୍ଡରରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି ହେଉଛି  ବୋଲି ଶ୍ରୀ ସାମଲ କହିଛନ୍ତି ।

ବ୍ଲକ ଓ ପୌରନିଗମ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ସମସ୍ତ ବ୍ଲକରେ କରୁଥିବା “ବ୍ଲକ ଓ ପୌରନିଗମ” ଘେରାଉର ୫ମ ଦିନ । ଏହି କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲା ଉପସଭାପତି ଦୁର୍ଗା ଚରଣ ନାୟକ, ଓବିସି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ବୁଦ୍ଧଦେବ ଜେନା, ବରିଷ୍ଠ ନେତା ଦୀନବନ୍ଧୁ ପତି, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଇଡା, ଝାରସୁଗୁଡା, ହିନ୍ଦୋଳ, ପାଲଲହଡା, ବଅଁରପାଳ, ମହାକାଳପଡା, ଡେରାବିଶ, ଗରଦପୁର, ତିଲେଇବଣି, ନରସିଂହପୁର, ବାଙ୍କୀ, ଡମପଡା, ତିଗିରିଆ, ଟାଙ୍ଗୀ, ଚୌଦ୍ୱାର, କଂଟାପଡା, ଜଗତସିଂହପୁର, କୁଜଙ୍ଗ, ତିର୍ତୋଲ, ରସୁଲପୁର, ବିଶ୍ରା, କୋଟପଡା, କୁଦ୍ରା, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ବୋରିଗୁମ୍ମା, ଲମତାପୁଟ, ନନ୍ଦପୁର, ଜୟପୁର, ପଟାଙ୍ଗୀ, ସେମିଳିଗୁଡା, ଭବାନୀପାଟଣା, ଏମ୍‌.ରାମପୁର, ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ଅସ୍ତରଂଗ, ଯଶୀପୁର, ତିରୀଙ୍ଗ, ବାହାଳଦା, ନୀଳଗିରି, ସୋର, ବାଲେଶ୍ୱର ସଦର ଆଦି ସ୍ଥାନରେ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଓ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ, କାର୍ଯ୍ୟକର୍ତା ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।
    

Sponsored
ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ବିରୋଧରେ “ବ୍ଲକ ଓ ମ୍ୟୁନିସିପାଲିଟି” ଘେରାଓର ୫ମ ଦିନ | Argus News