Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଗୁଳରେ ବିଜେପିର ସାଙ୍ଗଠନିକ କର୍ମଶାଳାରେ ଯୋଗ ଦେଲେ ବିଜେପି ରାଜ୍ୟ ଉପସଭାପତି

Jitendra Dash
Browse all articles by Jitendra Dash
·2 years ago·2 min read
ଅନୁଗୁଳରେ ବିଜେପିର ସାଙ୍ଗଠନିକ କର୍ମଶାଳାରେ ଯୋଗ ଦେଲେ ବିଜେପି ରାଜ୍ୟ ଉପସଭାପତି

ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲା ବିଜେପିର ସାଙ୍ଗଠନିକ କର୍ମଶାଳା ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ଉପ ସଭାପତି ତଥା ବରିଷ୍ଠ ପ୍ରବକ୍ତା ଗୋଲଖ ମହାପାତ୍ର ଉକ୍ତ କର୍ମଶାଳାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାରେ ୯୨ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଦେଶ ନୁହେଁ ସମଗ୍ର ବିଶ୍ୱର ଅଦ୍ୱିତୀୟ ନେତା ଭାବେ ପରିଗଣିତ ହୋଇଛନ୍ତି । ମୋଦି ଓଡିଶାକୁ ଗରିବ କଲ୍ୟାଣର ପ୍ରୟୋଗ ଶାଳା କରିଛନ୍ତି, ମୋଦିଙ୍କ ଯୋଜନାରେ ଓଡିଶା ସବୁଠୁ ବେଶି ଲାଭର୍ଣ୍ଣିତ ବୋଲି ସେ କହିଛନ୍ତି । 

ଅନୁଗୁଳ ଜିଲ୍ଲାରେ ମୋଦି ସରକାର ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ୯ ବର୍ଷ ମଧ୍ୟରେ ୬୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନୁଦାନ ଦିଆଯାଇଛି । କିନ୍ତୁ ୨୩ ବର୍ଷର ଅପାରଗ ସରକାର ଆଜି ବିକାଶ କ୍ଷେତ୍ରରେ ବାଧକ ସାଜୁଛି, ମୋଦିଙ୍କ ଯୋଜନା କୁ ଠିକ ଭାବେ କ୍ରିୟାନୟନ କରୁନାହିଁ ବୋଲି ସେ କହିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ମାନେ ଘର ଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନୁଗୁଳ ଜିଲ୍ଲା ପାଇଁ  ବିକାଶ ମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ପାଇଁ ସେ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପି ସଂଗଠନକୁ ବୁଥ ସ୍ତରରୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ସାଙ୍ଗଠନିକ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର, ପ୍ରମୁଖ ଆଗାମୀ ଦିନରେ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନୁଗୁଳ ଜିଲ୍ଲାର ସମସ୍ତ ୫ ଟି  ବିଧାନସଭାର ସଂଯୋଜକ, ପ୍ରଭାରୀ, ବିସ୍ତାରକ, ମଣ୍ଡଳ ପ୍ରଭାରୀ ଓ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ , ମୋର୍ଚ୍ଚା ସଭାପତି ମାନେ ଯୋଗ ଦେଇଥିଲେ । ଅନୁଗୁଳ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଓ ବିଜେଡ଼ି ଛାଡି ବହୁ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗ ଦେଇଥିଲେ ।

Sponsored