ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
·1 year ago

ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଯେ , OSRTC ବସ୍ ଟି ପ୍ରତ୍ୟେକ ଦିନ ଅନୁଗୋଳ ଜିଲ୍ଲାରୁ ବଲାଙ୍ଗୀର ଜିଲାକୁ ଭାୟା ମୁଣ୍ତାସାହି , ପାଇକୀସାହି , ଠାକୁରୁଗଡ ଓ ଆଠମଲ୍ଲିକ ଦେଇ ବଲାଙ୍ଗୀର ଯାଉଥିବା ବେଳେ ଆଜି ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ୍ ତଳକୁ ଖସି ଯାଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଯାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ଜରପଡା ପୋଲିସ ପହଞ୍ଚି ଛାନଭିନ୍ ଜାରିରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: