Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆକାଶ ମାର୍ଗରୁ ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Odisha

ଆକାଶ ମାର୍ଗରୁ ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆକାଶ ମାର୍ଗରୁ ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ :  ବାତ୍ୟା ଦାନାର ସଫଳ ମୁକାବିଲା ପରେ ଏବେ ବନ୍ୟାସ୍ଥିତିର ମୁକାବିଲା ଲାଗି ମଧ୍ୟ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର। ଆଜି ପ୍ରଭାବିତ ଅଞ୍ଚଳର ଏରିଏଲ୍ ସର୍ଭେ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାଙ୍ଗରେ ଥିଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ ବାତ୍ୟା ଭୟ ଛାଡିଛି ହେଲେ ଏହା ଆଣିଥିବା ବର୍ଷା ଯୋଗୁ ଅଦିନରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ଏବେ ଚିନ୍ତାରେ ଲୋକେ, ଚାଷୀ ଓ ପକ୍କା ଘରଟିଏ ନଥିବା ମଣିଷ। ଲଗାଣ ବର୍ଷା ପରେ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ନଦୀରେ ବଢୁଥିବା ଜଳସ୍ତର ତଳିଆ ଅଞ୍ଚଳରେ ହାହାକାର ସୃଷ୍ଟି କରିଛି। ଭଦ୍ରକ ବ୍ଲକର ପାଞ୍ଚ ଗୋଟି ପଞ୍ଚାୟତ, ଧାମନଗର ବ୍ଲକର ଦଶ ଗୋଟି ପଞ୍ଚାୟତ, ତିହିଡି଼ ବ୍ଲକର ଛଅ ଗୋଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି, 3 ଦିନ ହେବ ବନ୍ୟା ଘେରରେ ଫଶି ରହିଛନ୍ତି ଲୋକେ। ସେପଟେ ନାଳିଆ ନଦୀରେ ଦୁଇଟି ବଡ଼ ଘାଇ ସୃଷ୍ଟି ହୋଇଥିବା ବେଳେ ଏଥି ଯୋଗୁ ଲୋକଙ୍କ ଘର ଦ୍ବାରଠୁ ନେଇ ରାସ୍ତାଘାଟ ସବୁଠି ଲହଡି ମାରୁଛି ବନ୍ୟାଜଳ। ବୈତରଣୀ ନଦୀ ଫୁଲୁଥିବା ବେଳେ ଶନିବାର ରାତିରେ ଏହା ବିପଦ ସଂକେତ ଟପିଥିଲା। ଯଦିଓ ଆଜି ସକାଳେ ଏହା ଖସି ବିପଦ ସଂକେତ ତଳେ ପ୍ରବାହିତ ହେଉଛି ତଥାପି ଏଥି ଯୋଗୁ ଭଦ୍ରକର ତଳିଆ ଅଞ୍ଚଳରେ ଉପୁଜିଛି ବନ୍ୟା ସ୍ଥିତି। ଉଚ୍ଚ ଶିକ୍ଷାମନ୍ତ୍ରୀ ଭଦ୍ରକର ଜିଲ୍ଲାର ପ୍ରଭାବିତ ଅଞ୍ଚଳକୁ ଯାଇ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି। 

ଅଧିକ ପଢନ୍ତୁ : ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ

ସେପଟେ ବୁଢ଼ାବଳଙ୍ଗରେ ବନ୍ୟାଜଳ ଆସିବା ପରେ ମୟୁରଭଞ୍ଜର ତଳିଆ ଇଲାକାରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା। ବୈଶିଙ୍ଗାରୁ ଉଦଳା ରାସ୍ତାର ନାଖରା ପୋଲରେ ବନ୍ୟା ଚାଲିବା ପରେ ଏହା ଉପରେ ଭାରିଯାନ ଚଳାଚଳକୁ ବନ୍ଦ ରଖିଛି ପ୍ରଶାସନ। ଗଙ୍ଗାହାର ନଦୀ କୂଳ ଲଂଘିବା ପରେ ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବୁଢ଼ାବଳଙ୍ଗରେ ବନ୍ୟାଆସିବା ପରେ ଗୋଟିଏ ଗାଁ ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେପଟେ ବାଲେଶ୍ବରରେ ସ୍ଥିତି ଆହୁରି ସଂଗୀନ। କାଂଶବାଂଶ ରେ ଜାଲସ୍ତର ବଢିବା ଯୋଗୁଁ ବାଲେଶ୍ୱର ର ପଞ୍ଚଲିଙ୍ଗେଶ୍ୱର, ଔପଦା, ଖଇରା, ନୀଳଗିରିରେ ଅଂଚଳ ରେ ପାଣି ପଶିଛି..ବାଲେଶ୍ବରର ରେମୁଣା ଓ ସଦର ବ୍ଲକର ତଳିଆ ଗାଁରେ ମଧ୍ୟ ଦେଖିବାକୁ ମିଳିଛି ବନ୍ୟାସ୍ଥିତି। ସୋର ବ୍ଲକ ଆଟପୁର ପଞ୍ଚାୟତ ବେଲଦା ଗ୍ରାମରେ ବନ୍ୟାଘେରରେ ଫସି ରହିଛନ୍ତି 20ରୁ ଉର୍ଦ୍ଧ୍ବ ପରିବାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଭାବିତ 14 ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। 2 ତାରିଖ ସୁଦ୍ଧା ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସମୀକ୍ଷା ବୈଠକ ପରେ ରାଜ୍ୟରେ ପ୍ରଭାବିତ ଜିଲ୍ଲାର ତଥ୍ୟ ଦେବା ସହ ଏହାର  ସଫଳ ମୁକାବିଲା ଚାଲିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।
ରାଜ୍ୟ ସରକାରଙ୍କ ସଫଳ ବାତ୍ୟା ପରିଚାଳନା ଯୋଗୁ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲରେ ସରକାର ସଫଳ ହୋଇଥିବା କହି ବିପର୍ଯ୍ୟୟ ପରିଚାଳନାକୁ ପ୍ରଶଂସା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲୁଛନ୍ତି ରାଜ୍ୟ ସରକାରଙ୍କ ଅଫିସର୍ ଓ ମନ୍ତ୍ରୀ। ଏମିତିକି ଗ୍ରାଉଣ୍ଡରେ ପହଞ୍ଚି ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥାର ତଦାରଖ ମଧ୍ୟ କରୁଛନ୍ତି। 

Sponsored
The chief minister reviewed the situation after the storm from the sky | Argus News