Videos
|
Odisha

ଆଜି ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

 କଟକ : ଆଜି ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଷ୍ଟାଡିୟମ ପରିସରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପଙ୍କ ସହ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିବେ । କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 20 ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବେ ସାଧାରଣ ଦର୍ଶକ ଙ୍କ ପାଇଁ 1 ନମ୍ବର 2 ନମ୍ବର ଓ 5 ନମ୍ବର ଗ୍ୟାଲେରୀ ଖୋଲା ରହିବ ।

ଅଧିକ ପଢନ୍ତୁ ଓଡିଶା ଖବର

ଏହି ନବ ନିର୍ମାଣରେ ଆଧୁନିକତା ସହ ଓଡ଼ିଶା କଳା ସଂସ୍କୃତିକୁ ମଧ୍ୟ ପ୍ରଦର୍ଶିତ କରାଯିବ। ତେବେ ଷ୍ଟାଡିୟମରେ ଦର୍ଶକ କ୍ଷମତା ୬୦ ହଜାରକୁ ବୃଦ୍ଧି କରାଯାଉଥିବା ବେଳେ ସମସ୍ତ ସିଟକୁ ବକେଟ ସିଟ୍ ରେ ପରିବର୍ତ୍ତିତ କରାଯିବ ବୋଲି କହିଛି ଓସିଏ । ସେପଟେ ବାରବାଟୀ ଷ୍ଟାଡିୟମର ଐତିହ୍ୟକୁ ସମ୍ପୂର୍ଣ୍ଣ ଧୂଳିସାତ କରାଯିବା ନେଇ ଯେଉଁ ଆଲୋଚନା ଚାଲିଛି ତାହା ଭୂଲ ଏବଂ ଐତିହ୍ୟ ଗୁଡ଼ିକୁ ଅକ୍ଷୁର୍ଣ୍ଣ ରଖି ଏହି ନବ ନିର୍ମାଣର ପରିକଳ୍ପନା ଥିବା କହିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Chief Minister will lay the foundation stone of the new Barbati Stadium today | Argus News