Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିବ ସରକାରୀ କୋଠାର ରଙ୍ଗ , ଆସିଲା ପୂର୍ତ୍ତ ବିଭାଗର ଚିଠି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବଦଳିବ ସରକାରୀ କୋଠାର ରଙ୍ଗ , ଆସିଲା ପୂର୍ତ୍ତ ବିଭାଗର ଚିଠି

Key Points

  • ବଦଳିବ ସରକାରୀ କୋଠାର ରଙ୍ଗ 
  • ବାହାର କାନ୍ଥ ହେବ ନାରଙ୍ଗୀ, ଧାର ହେବ ଲାଲ୍‌ 
  • ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ

ଅର୍ଗସ ବ୍ୟୁରୋ : ନୂଆ ସରକାରଙ୍କ ନୂଆ ନିଷ୍ପତ୍ତି । ବଦଳିବ ସରକାରୀ କୋଠାର ରଙ୍ଗ । ରାଜ୍ୟର ସମସ୍ତ ସରକାରୀ କୋଠାର ବାହାର କାନ୍ଥ ର ରଙ୍ଗ ନାରଙ୍ଗୀ ଓ ଧାରର ରଙ୍ଗ ନାଲି କରାଯିବ । ଏନେଇ ରାସ୍ତା ଓ ଡିପିକ୍ୟୁର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଓବିସିସି ନିର୍ଦ୍ଦେଶକ ଙ୍କୁ ଚିଠି ଲେଖିଛନ୍ତି ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।  ଚିଠି ରେ କୁହାଯାଇଛି ପୂରୂଣା କୋଠାର ରକ୍ଷଣା ବେକ୍ଷଣ ଓ ମରମତି ବେଳେ ନୂଆ ରଙ୍ଗ ଲଗାଯିବ । ତେବେ ଏନେଇ ବିରୋଧୀଙ୍କ ମଧ୍ୟରେ ଜୋରଦାର ବିରୋଧ କରୁଥିବା ଦେଖିବାକୁ ମିଳିଛି । ସରକାରଙ୍କୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ବିଜେଡି କଂଗ୍ରେସ । ଯାହାର କଡା ଜବାବ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ  ।  ପୂର୍ବ ସରକାର କାହିଁକି ସବୁଜ ରଙ୍ଗ କରିଥିଲେ ଉତ୍ତର ରଖନ୍ତୁ ବୋଲି ସିଧା ନିଶାନା କରିଛନ୍ତି ପୃଥୀରାଜ୍ ହରିଚନ୍ଦନ । 

ଅଧିକ ପଢନ୍ତୁ : ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ୯ମ, ଦଶମ ଛାତ୍ରଛାତ୍ରୀ

ଦୁଇ ବର୍ଷ ତଳେ ସମସ୍ତ କୋଠାର ରଙ୍ଗ ସବୁଜ କରିବାକୁ ନିଷ୍ପତି ନେଇଥିଲେ ବିଜେଡି ସରକାର । ଏହାପରେ ଅଧିକାଂଶ କୋଠା ର ରଙ୍ଗ ସବୁଜ କରାଯାଇଥିଲା । ୫ ଟି ସ୍କୁଲ ରୂପାନ୍ତରିକରଣ ବେଳେ ସ୍କୁଲ ଗୁଡିକର ରଙ୍ଗ ମଧ୍ୟ ସବୁଜ କରାଯାଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ଡ୍ରେସ ସହ ମୋ ବସ ଓ ଲକ୍ଷ୍ମୀବସ ର ରଙ୍ଗ ମଧ୍ୟ ସବୁଜ କରାଯାଇଥିଲା । ଏବେ ସରକାର ବଦଳିବା ପରେ ଲକ୍ଷ୍ମୀ ବସ ଓ ହାଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ ର ରଙ୍ଗ ପରିବର୍ତ୍ତନ କରିବା ପରେ ଏବେ କୋଠାର ରଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତି ହୋଇଛି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored