Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗାପୂଜା ଭସାଣିକୁ ନେଇ କଟକଣା ଜାରି କଲା କମିଶନରେଟ ପୋଲିସ

Odisha

ଦୁର୍ଗାପୂଜା ଭସାଣିକୁ ନେଇ କଟକଣା ଜାରି କଲା କମିଶନରେଟ ପୋଲିସ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦୁର୍ଗାପୂଜା ଭସାଣିକୁ ନେଇ କଟକଣା ଜାରି କଲା କମିଶନରେଟ ପୋଲିସ

ଅର୍ଗସ ବ୍ୟୁରୋ : ଦୁର୍ଗା ପୂଜା ଭସାଣିରେ ରାତି ୧୨ ଟା ପରେ ବାଜିବା ନାହିଁ ସାଉଣ୍ଡ କି ପାରମ୍ପରିକ ବାଦ୍ୟ । କିଛି ଏଭଳି କଟକଣା ଜାରି କରିଛି କମିଶନରେଟ ପୋଲିସ । ହେଲେ ଏହି କଟକଣାକୁ ବିରୋଧ କରିଛି କଟକ ସୁରକ୍ଷା ସମିତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କମିଶନରେଟ ପୋଲିସ ଯେଉଁ କଟକଣା କରିଛି ତାକୁ ପ୍ରତ୍ୟାହାର କରୁ  ବୋଲି କହିଛନ୍ତି ସୁରକ୍ଷା ସମିତି। ସେ କହିଛନ୍ତି ଭସାଣି ସମୟରେ 65 ଡେସିବାଲ ସାଉଣ୍ଡ ବାଜିବା ଓ ରାତି ୧୨ ଟା ପରେ ସାଉଣ୍ଡ ନ ବଜାଇବା ପାଇଁ ଯେଉଁ କଟକଣା ରହିଛି ତାକୁ ସ୍ୱାଗତ କରୁଛୁ କିନ୍ତୁ ପାରମ୍ପରିକ ବାଦ୍ୟକୁ ବନ୍ଦ  କରାନଯାଉ।

ଅଧିକ ପଢନ୍ତୁ : ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ : ପ୍ରକୃତରେ ଅଷ୍ଟମୀ କେବେ ?

ପାରମ୍ପରିକ ବାଦ୍ୟ ବନ୍ଦ ହେବା ଦ୍ୱାରା ପରମ୍ପରା ନଷ୍ଟ ହେବା ସହ ମାଆଙ୍କୁ ଅପମାନ ହେବ ତେଣୁ  କମିଶନରେଟ ପୋଲିସ ଏହି କଟକଣା କୁ ପ୍ରତ୍ୟାହାର କରୁ ବୋଲି ଦାବି କରିଛି କଟକ ସୁରକ୍ଷା ସମିତି।ଏହି ସାମ୍ବାଦିକ ସମ୍ମିଳନୀ ରେ ବହୁ ପୂଜା କମିଟିର କର୍ମକର୍ତ୍ତା, ସହରର ବହୁ ଯୁବକଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The Commissionerate Police took action against Durga Puja Bhasani | Argus News