ମୋଦିଜୀ ହିଁ ଭାରତକୁ ବିକାଶ ପଥରେ ଆଗେଇ ନେବେ ବୋଲି ଦେଶବାସୀ ବୁଝି ସାରିଛନ୍ତି

Key Points
ଦୁର୍ନୀତିଗ୍ରସ୍ତ କଂଗ୍ରେସର ପରିବାରବାଦ ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରି “ବିଜେପି” ଉପରେ ସାଧାରଣ ଜନତା ଆସ୍ଥା ରଖିଛନ୍ତି
ମୋଦିଜୀଙ୍କ ନେତୃତ୍ୱ ପାଇଁ ୩ଟି ରାଜ୍ୟରେ ବିଜେପି “ବିଜୟ ମୁକଟ” ପିନ୍ଧିଛି
ବିଜେପି ବିପୁଳ “ବିଜୟ ଲାଭ” କରିଥିବାରୁ ରାଜ୍ୟ କାର୍ଯ୍ୟାଳୟରେ ଆଜି ଉତ୍ସବ ପାଳନ କରାଯାଇଛି
ଅର୍ଗସ ବ୍ୟୁରୋ: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର “ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ”ର ମନ୍ତ୍ର ଆଜି ସାରା ଭାରତରେ ପ୍ରତିଫଳିତ ହେଉଛି । ମହିଳା ସଶକ୍ତିକରଣ, ଯୁବାଙ୍କୁ କର୍ମସଂସ୍ଥାନ ଓ କୃଷକମାନଙ୍କ ପ୍ରତି ସୁବିଚାର କରିବା ଭଳି ସରକାର ହେଉଛି ମୋଦି ସରକାର । ଏଥିଲାଗି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ମିଳିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପ୍ରତି ତାଙ୍କର କର୍ତବ୍ୟ ନିଷ୍ଠାକୁ ସବୁ ସମୟରେ ଗୁରୁତ୍ୱ ଦେଇଥାନ୍ତି । ଯୁବଶକ୍ତିର ଆସ୍ଥା ମୋଦି ସରକାରଙ୍କ ଉପରେ ରହିଛି । ମୋଦିଜୀ ଭାରତକୁ ବିକାଶ ପଥରେ ଆଗେଇ ନେବେ ବୋଲି ଯୁବଶକ୍ତି ବୁଝି ବିଚାରି ସମର୍ଥନ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟି ଗରିବଙ୍କ ପାଇଁ ସମର୍ପିତ ସରକାର ।
ଗରିବ ପାଇଁ ମୋଦିଜୀ ଯେଉଁ ଯୋଜନା କରନ୍ତି ତାହାକୁ ମଧ୍ୟ ତନ ତନ କରି ତଦାରଖ କରନ୍ତି । ଏବେ ମୋଦିଜୀ ହିଁ କେବଳ ଦେଶକୁ ବିକଶିତ ରାଷ୍ଟ୍ର କରିପାରିବେ ଏବଂ ପ୍ରତ୍ୟେକ ଗରିବଙ୍କୁ ଆର୍ôଥକ ସ୍ୱଚ୍ଛଳତା ଯୋଗାଇ ଦେଇପାରିବେ ବୋଲି ଦେଶବାସୀ ହୃଦୟଙ୍ଗମ କରିଛନ୍ତି । ଆଜି ମୋଦିଜୀଙ୍କ ନେତୃତ୍ୱ ପାଇଁ ୩ଟି ରାଜ୍ୟରେ ବିଜେପି “ବିଜୟ ମୁକଟ” ପିନ୍ଧିଛି । ଏଥିଲାଗି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ସାଧାରଣ ଜନତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।
ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରର ମୂଳୋତ୍ପାଟନ କରି “ବିଜେପି” ଉପରେ ଜନତା ଆସ୍ଥା ରଖିଛନ୍ତି । ସନାତନ ବିରୋଧୀ ଓ ତୃଷ୍ଟିକରଣ ନୀତିକୁ ଦେଶବାସୀ ବରଦାସ୍ତ କରିବେ ନାହିଁ । ଦୁର୍ନୀତିଗ୍ରସ୍ତ କଂଗ୍ରେସ ଭାରତରେ ଅରାଜକତା ସୃଷ୍ଟି କରିବା କଂଗ୍ରେସର ପ୍ରକୃତି ଯାହାକୁ ହୃଦୟଙ୍ଗମ କରିଛନ୍ତି ଦେଶବାସୀ । ଏଥିଲାଗି “ବିଜେପି” ଉପରେ ଭରସା କରିଛନ୍ତି ଦେଶର ଜନତା ବୋଲି ଶ୍ରୀ ସାମଲ କହିଛନ୍ତି ।
୩ଟି ରାଜ୍ୟରେ ବିଜେପି ବିପୁଳ “ବିଜୟ ଲାଭ” କରିଥିବାରୁ ରାଜ୍ୟ କାର୍ଯ୍ୟାଳୟରେ ଆଜି ଉତ୍ସବ ପାଳନ କରାଯାଉଛି । ବାଜା, ରୋସଣୀ, ବାଣର ତାଳେ ତାଳେ ନାଚ ଓ ଗୀତ ସହ ଆନନ୍ଦ ଉଲ୍ଲାସରେ ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟକତା ଉତ୍ସବମୁଖରିତ।
📱 Get Argus News App
✨ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ
ଏହି ଉତ୍ସବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ପୃଥ୍ୱିରାଜ ହରିଚନ୍ଦନ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ଠାକୁର ରଞ୍ଜିତ ଦାସ, ମନୋଜ ମହାପାତ୍ର, ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମହେଶ ମହାନ୍ତି, ଉନ୍ନତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର