Videos
|
Odisha

ବ୍ୟାଙ୍କ ଖାଉଛି ଗ୍ରାହକଙ୍କ ଟଙ୍କା, ଏବେ କାହାକୁ ଭରସା କରିବା ଆମେ

Jitendra Dash
Browse all articles by Jitendra Dash
·2 years ago·2 min read
ବ୍ୟାଙ୍କ ଖାଉଛି ଗ୍ରାହକଙ୍କ ଟଙ୍କା, ଏବେ କାହାକୁ ଭରସା କରିବା ଆମେ

ଅର୍ଗସ ବ୍ୟୁରୋ : ଗ୍ରାହକ ଜାଣୁ ନାହାନ୍ତି କିନ୍ତୁ ତାଙ୍କ ଆକାଉଣ୍ଟରୁ ଉଠୁଛି ଲକ୍ଷାଧିକ ଟଙ୍କା । ଯେଉଁଠି ଟଙ୍କାର ସୁରକ୍ଷା କଥା ଚିନ୍ତାକରି ଲୋକେ ନିଜର ଟଙ୍କାକୁ ବ୍ୟାଙ୍କରେ ରଖିଥାନ୍ତି, ସେଠାରୁ ଯଦି ଟଙ୍କା ହଡପ କରାଯାଏ ତାହାଲେ ଗ୍ରାହକ କାହାକୁ ଭରସା କରିବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଧିନ ବାରବାଟି ୟୁକୋ ବ୍ୟାଙ୍କ ଶାଖାରୁ ଆସିଛି ଏଭଳି ଘଟଣା । ଏହି ଶାଖାରେରେ ଏକ ବଡ଼ ଧରଣ ଟଙ୍କାର ହେର୍ ଫେର୍ ହୋଇଥିବା ନେଇ ଅଭିଯୋଗ ମଧ୍ୟ ଆସିଛି । 

ରସୁଲପୁର ବ୍ଲକ ଅଧିନ ଗୋପାଳ ପୁର ଗ୍ରାମର ରବିନ୍ଦ୍ର ଗୁଇଁ ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଜାଣତରେ ତାଙ୍କର କରେଣ୍ଟ ଆକାଉଣ୍ଟରୁ ଷୋହଳ ଲକ୍ଷ ପଚିଶ ହଜାର ଟଙ୍କା ତାଙ୍କ ନାମରେ ଜାଲ ଦସ୍ତଖସ୍ତ କରି ଏହି ଟଙ୍କା ଉଠାଯାଇଛି । ଏହା ଜାଣିବା ପରେ ରବୀନ୍ଦ୍ର ଶାଖା ପରିଚାଳକଙ୍କୁ ଟଙ୍କା ଉଠାଣ ହୋଇଥିବା ରସିଦ ମାଗିଥିଲେ ତାହା ମିଳି ପାରିନଥିଲା । ଯାହାକୁ ନେଇ ରବିନ୍ଦ୍ର ୟୁକୋ ବ୍ୟାଙ୍କ ଜୋନାଲ ଅଫିସରେ ମଧ୍ୟ ଅଭିଯୋଗ କରିଥିଲେ ।

ରବିନ୍ଦ୍ର ଗୁଇଁ ତାଙ୍କ ଦୋକାନ ହ୍ୟାଣ୍ଡଲୁମ୍ ବୟନ କଳା ନାମରେ ୟୁକୋ ବ୍ୟାଙ୍କରେ ଏକ କରେଣ୍ଟ ଆକାଉଣ୍ଟ୍ ଖୋଲିଥିଲେ । ଉକ୍ତ ଆକାଉଣ୍ଟ୍ ମାଧ୍ୟମରେ ତାଙ୍କର ୧୨ଲକ୍ଷ ଟଙ୍କା ସିସି ଲୋନ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଥମେ ୨୫ ହଜାର ପରେ ଦୁଇ କିସ୍ତିରେ ୮ଲକ୍ଷ ଲେଖାଏଁ ଟଙ୍କା ଉଠାଣ ହୋଇଛି । ଯାହା ରବିନ୍ଦ୍ର ଗୁଇଁଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କ କତୃପକ୍ଷଙ୍କ ଜାଣତରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରବିନ୍ଦ୍ର ଗୁଇଁ I 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରବର୍ତ୍ତୀ ସମୟରେ ଆଇନର ଆଶ୍ରୟ ନେବାରୁ ତାଙ୍କୁ ସମସ୍ତ ତଥ୍ୟ ମିଳିଥିଲା ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ତାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଇ  ଆର୍ଥିକ ହେର୍ ଫେର୍ ହୋଇଥିବା ସେ ମଧ୍ୟ ସନ୍ଧେହ କରିଥିଲେ । ଏଭଳି ଘଟଣାକୁ ନେଇ ସେ ଏକ ବଡ ଧରଣର ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ବ୍ୟାଙ୍କ୍ ନାମରେ ଗ୍ରାହକ ବିଭିନ୍ନ ସମୟରେ ମିଛ ମାମଲା ମଧ୍ୟ କରିଥାନ୍ତି ଏହାର ଠିକ୍ ରୂପେ ତଦନ୍ତ କରାଗଲେ ପ୍ରକୃତ ସତ ସାମନାକି ଆସିବ ।
 

The customer does not know but lakhs of rupees are being withdrawn from his account | Argus News