Videos
|
Odisha

Olxରେ ଘର ଭଡ଼ା ଦେବାକୁ କହି ଠକେଇ କରୁଥିଲା ଯାଜପୁରର ଧୀରେନ୍ଦ୍ର ଜେନା

Jitendra Dash
Browse all articles by Jitendra Dash
·2 years ago·1 min read
Olxରେ ଘର ଭଡ଼ା ଦେବାକୁ କହି ଠକେଇ କରୁଥିଲା ଯାଜପୁରର ଧୀରେନ୍ଦ୍ର ଜେନା

ଅର୍ଗସ ବ୍ୟୁରୋ : ସାଇବର ଥାନା ପୋଲିସ ହାତରେ ଚାଲାକ୍ ଠକ । Olxରେ ଘର ଭଡ଼ା ଦେବାକୁ କହି ଠକେଇ କରୁଥିବା ଯାଜପୁରର ଧୀରେନ୍ଦ୍ର ଜେନାକୁ ଗିରଫ କରିଛି ସାଇବର ଥାନା ପୋଲିସ । ଯାଜପୁରରେ ରହି ଭୁବନେଶ୍ବରର ଛାତ୍ର ଛାତ୍ରୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଧୀରେନ୍ଦ୍ରର ଅନ୍ୟ ସହଯୋଗୀମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ସାଇବର ଥାନା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୨ଟି ଅଭିଯୋଗକୁ କେନ୍ଦ୍ର କରି ଧିରେନକୁ ଗିରଫ କରାଯାଇଛି । ଏହି ଠକମାନେ ନିଜ ଆକାଉଣ୍ଟ ନ ଦେଇ ବିଭିନ୍ନ ଦୋକାନୀଙ୍କ ଆକାଉଣ୍ଟକୁ ମଗାଉଥିଲା ଟଙ୍କା । ୧୩ରୁ ଅଧିକ ଆକାଉଣ୍ଟ ଫ୍ରିଜ୍ କରିଛି ସାଇବର ପୋଲିସ । ସେହିପରି ପାଖାପାଖି ୫୦ହଜାରରୁ ଅଧିକ ଟଙ୍କା ଠକେଇ କରିଥିବା ତଦନ୍ତ ସମୟରେ ଜଣା ପଡିଛି । ଏହାସହ  ୮ଟି ସିମ କାର୍ଡ, ଦୁଇଟି ବ୍ୟାଙ୍କ ପାସବୁକ, ଗୋଟିଏ ଚେକ୍ ବୁକ୍, ଦୁଇଟି ଏଟିଏମ କାର୍ଡ ଏବଂ ପରିଚୟପତ୍ର ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The cyber police arrested the fraudster | Argus News