କବାଟରେ ଲାଗିଛି ମୃତଦେହ, ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର
·2 years ago·1 min read

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ ବଧୂ ହତ୍ୟା ଅଭିଯୋଗ। ହତ୍ୟା କରି କବାଟରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ମଞ୍ଜୁଲତା ପ୍ରଧାନ। ମଞ୍ଜୁଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିବା କହିଛନ୍ତି ପରିବାର ଲୋକେ। ଆଜି ତାଙ୍କର ମୃତ ଦେହ ଘର କବାଟରେ ଝୁଲୁଥିବାର ଦେଖିବାକୁ ମିଳିଛି। ତେବେ ମଞ୍ଜୁଲତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ଅଧିକ ପଢନ୍ତୁ ଓଡିଶା ଖବର
ମାତ୍ର ମଞ୍ଜୁଲତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନ ଏବଂ ତାଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏପରିକି ଗତ ବର୍ଷେ ତଳେ ମଞ୍ଜୁଲତାଙ୍କ ପୁଅ ଆତ୍ମହତ୍ୟା କରିଥିଲେ।ଆଜି ସେ ନିଜେ ଟଳି ପଡିଛନ୍ତି। ଏ ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: