Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

ସୁବର୍ଣ୍ଣପୁର : ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ । ସୁଚନା ଅନୁସାରେ ଗରିଆମୁଣ୍ଡା ଗାଁର ଶଙ୍ଗର ନାଏକଙ୍କ ୨୪ ବର୍ଷୀୟ ପୁଅ ଅଚ୍ୟୂତ ନାଏକ ଦିର୍ଘ ତିନି ବର୍ଷ ହେବ ବେଙ୍ଗାଲୁରୁର ଏକ ମସିଣା କମ୍ପାନିରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସି ପୁଣି କାମ କରିବାକୁ ଯାଉଥିଲେ । ତେବେ ଦି ଦିନ ତଳେ ସେଠାରେ ତାଙ୍କ ଦାହ ହଠାତ ଖରାପ ହୋଇଥିଲା । ତାଙ୍କ ସାଙ୍ଗରେ ଥିବା ଯୁବକମାନେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକଙ୍କୁ ସାଥି ଯୁବକମାନେ ଖବର ଦେଇଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ହେଲେ ମୃତ୍ୟୁ ଖବର ପାଇ ପରିବାର ଲୋକ ଶବ ଆଣିବାକୁ ସାହାସ ପାଇ ନଥିଲେ । କାରଣ ଗରିବ ପରିବାରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବାବେଳେ ହାତରେ ଟଙ୍କା ପଇସା ନଥିବାରୁ ସେ ସରକାରୀ ସହାୟତା ଲୋଡିଥିଲେ । ସ୍ଥାନୀୟ ସରପଂଚ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଯୋଗାଯୋଗ କରି ଶବ ଅଣିବାକୁ ଅନୁରୋଧ କରିଥିଲେ । ବିଧାୟକ ଏବଂ  ଓଡିଶା ମୋ ପରିବାରର ସହଯୋଗରେ ଆଜି ମୃତ ଦେହ ଗାଁରେ ପହଂଚିଥିବାବେଳେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତେବେ ସରକାରୀ ହିସାବରେ ଦାଦନ ଶୁନ୍ୟ ଜିଲ୍ଲାରୁ କିଭଳି ଦାଦନ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the migrants worker returned home | Argus News