Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago
ବସରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବାଲେଶ୍ବର : ବସରେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇ ରୁ ବାଲେଶ୍ବର ଯାଉଥିବା ମଧୁସୂଦନ ନାମକ ବସରେ ଯାତ୍ରୀ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି ଭୋଗରାଇ ଥାନା ଭୋଗରାଇ ଗ୍ରାମର ଗୌରାଙ୍ଗ ପ୍ରଧାନ । କୌଣସି କାର୍ଯ୍ୟରେ ଗୌରାଙ୍ଗ ଭୋଗରାଇ ରୁ ଜଳେଶ୍ୱର ଆସୁଥିବା ସୂଚନା ।ଜଳେଶ୍ୱର ବସଷ୍ଟାଣ୍ଡ ରେ ଗାଡି ଅଟକିବା ପରେ ଗୌରାଙ୍ଗ ଓଲ୍ହାଇ ନଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ବସ କର୍ମଚାରୀ  ଗୌରାଙ୍ଗ ଚେତାଶୂନ୍ୟ ଅବସ୍ଥା ଦେଖି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାରେ ଅଧିକ ତଦନ୍ତ କରୁଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The deadbody of a passenger was recovered from the bus, the cause is unclear | Argus News