Videos
|
Odisha

ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶ୍ରୁତି ଦେବା ସହ ଆବଶ୍ୟକ ପଡ଼ିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ୍ ନମ୍ବର ମଧ୍ୟ ଦେଲେ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ମହାପଦା ଗାଁର ଅଙ୍ଗନବାଡ଼ି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା।

ଅଧିକ ପଢନ୍ତୁ ଓଡିଶା ଖବର

ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ତାଙ୍କ ସହ ସିଧାସଳଖ ଫୋନରେ କଥା ହୋଇଥିଲେ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଏକାଠି କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଉପ-ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବା ସମୟରେ କହିଛନ୍ତି ସମ୍ପୃକ୍ତ ଅଙ୍ଗନବାଡି କର୍ମୀ। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଏବଂ ଏସପିଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: