Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଜିଲ୍ଲା ଡାକ୍ତର ସଂଘ

Odisha

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଜିଲ୍ଲା ଡାକ୍ତର ସଂଘ

Jitendra Dash
Browse all articles by Jitendra Dash
·2 years ago·1 min read
ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଜିଲ୍ଲା ଡାକ୍ତର ସଂଘ

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ନାମରେ ଥାନାରେ ଏତଲା । ଏତଲା ଦେଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନମୋହନ ପ୍ରଧାନ । ଗତକାଲି ଜିଲ୍ଲାପାଳ ଜେ ସୋନାଲ ପୁରୁଣା ଆଇଟିଆଇ କୋଭିଡ କେୟାରକୁ ଜିଲ୍ଲାପାଳ ପରିଦର୍ଶନକୁ ଯାଇ ସେଠାରେ ସମୀକ୍ଷା ବୈଠକରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଜିଲ୍ଲାପାଳ ଓ ଏସପି । ଏହାପରେ ଡାକ୍ତର ପ୍ରଧାନଙ୍କ ପକ୍ଷରୁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । 

ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ପୁରୁଣା ଆଇଟିଆଇ କୋଭିଡ କେୟାରକୁ ଯାଇଥିଲେ ସେଠାରେ ବୈଠକରେ ଯୋଗ ଦେଇଥିଲେ ବୌଦ୍ଧ ସିଡ଼ିଏମଓ ଜୟକୃଷ୍ଣ ମିଶ୍ର ଓ DPHO  ମଦନ ମୋହନ ପ୍ରଧାନ । ବୈଠକରେ ଆଲୋଚନା ବେଳେ ହଠାତ ବୌଦ୍ଧ ଜିଲ୍ଲାପାଳ ଓ ଏସିପି ଡାକ୍ତର ପ୍ରଧାନ ଦୁର୍ବ୍ୟବହାର କରିଥିଲେ । ପରେ ଡ. ପ୍ରଧାନ ଜିଲ୍ଲା ସଂଘକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡାକ୍ତରଙ୍କୁ ଦୁର୍ବ୍ୟବହାରକୁ ନେଇ ଏଡ଼ିଏମଓଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀ ସଂଘ ବିରୋଧ କରି କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓଲାଇଛନ୍ତି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ । ଜିଲ୍ଲାପାଳ ଓ ଏସପି କ୍ଷମା ପ୍ରାର୍ଥନା ସହ ଜିଲ୍ଲାପାଳଙ୍କ ବଦଳି ଦାବି କଲେ ସ୍ୱାସ୍ଥ୍ୟ କର୍ମଚାରୀ । ଦାବି ପୂରଣ ନହେଲେ ଯାଏଁ କଳା ବ୍ୟଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ । 

Sponsored
The District Doctors Union protested peacefully | Argus News