Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରୋଗୀଙ୍କୁ ଠକୁଥିଲା ଡାକ୍ତର , ଅଭିଯୋଗ ପରେ ଗିରଫ କଲା ପୋଲିସ

Odisha

ରୋଗୀଙ୍କୁ ଠକୁଥିଲା ଡାକ୍ତର , ଅଭିଯୋଗ ପରେ ଗିରଫ କଲା ପୋଲିସ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରୋଗୀଙ୍କୁ ଠକୁଥିଲା ଡାକ୍ତର , ଅଭିଯୋଗ ପରେ ଗିରଫ କଲା ପୋଲିସ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୋଲିସ  । ବେଆଇନ ଭାବେ କ୍ଲିନିକ ଖୋଲି କରୁଥିଲେ  ରୋଗୀଙ୍କ ଚିକିତ୍ସା । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିଲେ । ଅଭିଯୋଗ ହେବା ପରେ ଗିରଫ କରିଛି ସିନ୍ଧେକେଲା ପୋଲିସ ।ଗିରଫ ଡାକ୍ତର ଜଣକ ହେଲେ ପଞ୍ଚିମବଙ୍ଗ ର ପଳାସା ବିଶ୍ୱାସ ବୋଲି ସୂଚନା  ମିଳିଛି । ସିନ୍ଧେକେଲା ସହର ରେ ବର୍ଷ ବର୍ଷ ଧରି ଚଳାଉ ଥିଲେ ବେଆଇନ କ୍ଲିନିକ ।  

ଅଧିକ ପଢନ୍ତୁ : ମନଇଚ୍ଛା କ୍ଲିନିକ୍ ଖୋଲି ବସିଥିଲେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ

ଟିଟିଲାଗଡ ଓ ବଲାଙ୍ଗୀର ରୁ  ଏକ ଟିମ ଆସି ବେଆଇନ କ୍ଲିନିକ ରେ ଚଢ଼ଉ କରିବା ପରେ ପୁଲିସ  ଡାକ୍ତର ଙ୍କୁ ନକଲି ବୋଲି ଜାଣିବାକୁ ପାଇଁଥିଲା । ପରେ ଏସ ଡିପିଓ ଙ୍କ ଉପସ୍ଥିତି ରେ ତାଙ୍କୁ ଗିରଫ କରାଯାଇଛି । ଓଡିଶା କ୍ଲିନିକାଲ ନିୟମ ଓ ଜାତୀୟ ଔଷଧ କମିଶନ ନିୟମ ଅନୁସାରେ ଦଫା ଲଗାଇ ମାମଲା ର ତଦନ୍ତ କରୁଛି ସିନ୍ଧେକେଲା ପୋଲିସ ।ଏହି ଅଞ୍ଚଳ ରେ ନକଲି କାରବାର ବଢ଼ିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The doctor was cheating the patient, the police arrested him after the complaint | Argus News