ଆଜିଠାରୁ ଆରମ୍ଭ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା , ସଂଧ୍ୟା ୭ଟାରେ ଉଦଘାଟନ
·2 years ago

ବରଗଡ : ଆଜିଠାରୁ ଆରମ୍ଭ ହେଉଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଅପରାହ୍ନ 2ଟା 30ରେ ଗାନ୍ଧି ଛକରୁ ବାହାରି ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବ ସାଂସ୍କୃତିକ ଶୋଭାଯାତ୍ରା। ସଂଧ୍ୟା 5ଟା 30ରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିବ। ସଂଧ୍ୟା 7ଟାରେ ଧନୁଯାତ୍ରା ମହୋତ୍ସବର ଉଦଘାଟନ ହେବ। ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ ପାଇଁ କଳାକାରମାନେ ଆଜିଠୁ ପ୍ରଦର୍ଶନ କରିବେ ।
ଅଧିକ ପଢନ୍ତୁ ଓଡିଶା ଖବର
ପ୍ରଥମ ଦିନରେ ତଳିପଡ଼ାସ୍ଥିତ ରାମଜୀ ମନ୍ଦିରରେ ହେବ ଦେବକୀ-ବସୁଦେବଙ୍କ ବିବାହ। ତାପରେ କୃଷ୍ଣ ଜନ୍ମ ଓ କଂସ ବଧ ଦୈବ ବାଣୀ ହେବ। ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରା ସିଂହାସନ ଆରୋହଣ କରିବେ ରାଜା କଂସ। ଭଉଣୀ ଭିଣୋଇ ଦେବକୀ ଓ ବସୁଦେବଙ୍କୁ କାରାଗାରକୁ ପଠାଇବେ। ଜାନୁଆରୀ 15ରୁ 25 ତାରିଖ ଯାଏଁ 11 ଦିନ ଯାଏଁ ଚାଲିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: