Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ; ପାଠ ପଢିବ ଜଗା

Odisha

ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ; ପାଠ ପଢିବ ଜଗା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ; ପାଠ ପଢିବ ଜଗା

କନ୍ଧମାଳ : ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ପାଠ ପଢିବ। ଏ ନେଇ ଜଗାର ମାଆ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଜଣେଇଛନ୍ତି। ଜଗାକୁ ଏବେ ନଅ ବର୍ଷ ଚାଲିଛି। ଏବେବି ଜଗାର ଏମ୍ସରେ ଆଉ ଏକ ଅସ୍ତ୍ରୋପଚାର ବାକି ଅଛି । ଏହା ପରେ ସେ ସଂପୂର୍ଣ୍ଣ ଫିଟ୍ ହୋଇ ଘରକୁ ଫେରି ପାରିବ। ଜଗାର ସ୍ଵାସ୍ଥ୍ୟର ଯତ୍ନ ନେଉଥିବା ବିଶେଷଜ୍ଞ ଡାକ୍ତର ତଥା କନ୍ଧମାଳ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି। ଗତ ୩ ବର୍ଷ ହେଲା ଜଗା ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃଶିଶୁ ସ୍ଵାସ୍ଥ୍ୟ ୟୁନିଟ୍‌ର ସ୍ବତନ୍ତ୍ର କ୍ୟାବିନ୍‌ରେ ଡାକ୍ତରଙ୍କ ସ୍ବତନ୍ତ୍ର ନିରୀକ୍ଷଣରେ ରହି ଆସୁଛି। ଡାକ୍ତର ଉପାଧ୍ୟାୟ କହିଛନ୍ତି, ଜଗାର ବର୍ତ୍ତମାନ ଖପୁରୀ ହାଡ଼ ସମ୍ପୂର୍ଣ୍ଣ ମିଶିନାହିଁ। ଖପୁରୀରେ ଏକ ଫାଙ୍କା ରହିଛି। ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ। ଏବେ ଜଗାର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି। ନିଜକୁ ଫିଟ୍ ରଖିବାକୁ ଜଗା ପ୍ରତିଦିନ ଦୁଇ କିଲୋମିଟର ଚାଲୁଛି।

ଅଧିକ ପଢନ୍ତୁ ଓଡିଶା ଖବର

ସୂର୍ଯ୍ୟ ଉଦୟ ଆଗରୁ ସେ ବାପା ଭୁଆଁ କହଁରଙ୍କ ପ୍ରାତଃଭ୍ରମଣରେ ବାହାରୁଛି। କାରଣ ସେ ସୁସ୍ଥ ରହିବାକୁ ଗଲେ ପ୍ରତିଦିନ ଚାଲିବା ନିତାନ୍ତ ଜରୁରି। ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଜଗା ବାପାଙ୍କ ସହ ବାହାରି ଜଗନ୍ନାଥ ମନ୍ଦିର ଛକ ଦେଇ ସାର୍ତ୍ତାଗୁଡ଼ା ପର୍ଯ୍ୟନ୍ତ ଯାଉଛି। ସେହିପରି ସ୍ଵାଭାବିକ ଭାବେ ଖାଦ୍ୟ ଗ୍ରହଣ ସହ ଭାବବିନିମୟ କରୁଛି । କିନ୍ତୁ ଏମ୍ସରେ ଦ୍ଵିତୀୟ ଅସ୍ତ୍ରୋପଚାର ନହେବା ପର୍ଯ୍ୟନ୍ତ ଜଗାକୁ ଘରକୁ ଛାଡ଼ି ହେବ ନାହିଁ   | ଅନ୍ୟପଟେ, ଜଗାକୁ ବର୍ତ୍ତମାନ ୯ ବର୍ଷ ହେଲା। ଫଳରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଜଗାର ପାଠପଢ଼ା ବ୍ୟବସ୍ଥା ହାତକୁ ନେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଫୁଲବାଣୀ ସହରର ଏକ ସ୍କୁଲରେ ଜଗାର ନାମ ଲେଖାଯିବ ଏବଂ ସେଠାରେ ଏକ ଭଡ଼ା ଘରେ ଜଗା ର ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ଡା. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି। ସେହିପରି କଟକ ବଡ଼ ମେଡିକାଲ ବିଶେଷଜ୍ଞମାନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ, ଜଗା କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ନଜରରେ ରହିବ।  ସୂଚନାଯୋଗ୍ୟ ଯେ ୨୦୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଜଗା କଟକ ବଡ଼ ମେଡିକାଲରୁ ଡିସ୍‌ଚାର୍ଜ ହୋଇ ଫୁଲବାଣୀକୁ ଫେରିଥିଲା। ସେବେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ଵତନ୍ତ୍ର କ୍ୟାବିନ୍‌ରେ ଡାକ୍ତରଙ୍କ ନିରୀକ୍ଷଣରେ ରହୁଛି। ବର୍ତ୍ତମାନ ସୁସ୍ଥ ଅଛି। କିନ୍ତୁ ପାଠପଢ଼ା ବୟସ ଗଡ଼ି ଯାଉଥିବାରୁ ସେ ବ୍ୟସ୍ତ ହେଉଥିବା ମା ପୁଷ୍ପାଞ୍ଜଳି କହଁର କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The famous double-headed baby; jaga will be going to school | Argus News