Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ୱାକଫ ଭବନ ନିର୍ମାଣ ପାଇଁ କଟକରେ ପଡ଼ିଲା ଭିତ୍ତିପ୍ରସ୍ତର

Jitendra Dash
Browse all articles by Jitendra Dash
·2 years ago·2 min read
ୱାକଫ ଭବନ ନିର୍ମାଣ ପାଇଁ କଟକରେ ପଡ଼ିଲା ଭିତ୍ତିପ୍ରସ୍ତର

ଅର୍ଗସ ବ୍ୟୁରୋ : ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୨୪ ବର୍ଷ ପରେ ପଶିଲା ଚିନ୍ତା । ୱାକଫ ଭବନ ନିର୍ମାଣ ପାଇଁ କଟକରେ ପଡ଼ିଲା ଭିତ୍ତିପ୍ରସ୍ତର । ଏଯାଏଁ ଗଠନ ହେଲାନି ୱାକଫ ବୋର୍ଡ କମିଟି, ହଜ କମିଟି, ମାଦ୍ରାସା ବୋର୍ଡ ଓ ସଂଖ୍ୟାଲଘୁ କମିଶନ । କଟକ ପୁରୁଣା ସଚିବାଳୟ ରୋଡରେ ୱାକଫ ଭବନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଡ଼ିଲା ଭିତ୍ତିପ୍ରସ୍ତର । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତପ୍ରସ୍ତର ପକେଇଲେ । ଏହି ୱାକଫ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬ କୋଟି ୭୪ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । 

ପୂର୍ତ୍ତ ବିଭାଗ, ଅଧିକ୍ଷଣ ଯନ୍ତ୍ରୀ ଡିଭିଜନ ୧ ଦ୍ବାରା ଏହି ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ସଂଖ୍ୟାଲଘୁଙ୍କ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରୁଥିବା ୱାକଫ ବୋର୍ଡ କମିଟି, ହଜ କମିଟି, ମାଦ୍ରାସା ବୋର୍ଡ ଓ ସଂଖ୍ୟାଲଘୁ କମିଶନ ଗଠନ କରିବାରେ ଫେଲ ରାଜ୍ୟ ସରକାର । ଅନ୍ୟପଟେ ରାଜ୍ୟରେ ପ୍ରାୟ ୩ ରୁ ଉର୍ଦ୍ଧ୍ବ ଅଛନ୍ତି ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟର ଲୋକ । ରାଜ୍ୟରେ ମୁସଲିମ ସମ୍ପ୍ରଦାୟର ମସଜିଦ, ମାଦ୍ରାସା, କବରସ୍ଥାନ, ଦରଘା ଓ ଅନ୍ୟାନ୍ୟ ଅନୁଷ୍ଠାନର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୧୯୫୯ ମସିହାରେ କମିସନର ଅଫ ୱାକଫ ସ୍ଥାପନ କରିଥିଲେ ରାଜ୍ୟ ସରକାର । ଉନ୍ନତି ସହ ଇସଲାମ ଧର୍ମାବଲମ୍ବୀଙ୍କ ଧର୍ମାନୁଷ୍ଠାନର ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ ରାଜ୍ୟରେ ୱାକଫ ଅଧୀନରେ ୪ ହଜାର ୧୦୬ ଟି ଅନୁଷ୍ଠାନ ପଞ୍ଜୀକୃତ ହୋଇଅଛି । ତେବେ ଦୀର୍ଘ ୨୪ ବର୍ଷର ସରକାର କାହିଁକି ଏ ଯାଏଁ ମସୁଲିମ ସମ୍ପ୍ରଦାୟ ଲୋକଙ୍କ ବିକାଶ କଲାନାହିଁ ? କାହିଁକି ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ କରି ବ୍ୟବହାର କଲା ? କାହିଁକି ବିଧାନସଭାରେ କୌଣସି ପ୍ରାଧାନ୍ୟ ଦିଆଯାଉ ନାହିଁ ? କାହିଁକି ୨୦୧୫ ଓ ୨୦୧୮ ରୁ ବନ୍ଦ ଥିବା ହଜ କମିଟି ଓ ୱାକଫ ବୋର୍ଡ କମିଟି ପୁନର୍ବାର ଗଠନ କରାଗଲା ନାହିଁ ? ବର୍ତ୍ତମାନ ଏଭଳି ଢଙ୍ଗରେ ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେପି, ସଂଖ୍ୟାଲଘୁ ସଂଘ ଓ ପୂର୍ବତନ ୱାକଫ ବୋର୍ଡ କମିଟି ଅଧ୍ୟକ୍ଷ । 
 

Sponsored