ମହାପ୍ରଭୁଙ୍କ ପ୍ରତି ପ୍ରଶାସନ ଏବଂ ସରକାରଙ୍କ ଚରମ ଅବହେଳାକୁ ନେଇ କ୍ଷୋଭ ପ୍ରକାଶ କଲେ ବିଶ୍ବଭୂଷଣ ହରିଚନ୍ଦନ

ଅର୍ଗସ ବ୍ୟୁରୋ : ଜଗା ଦର୍ଶନରେ ବ୍ୟାପକ ଅନିୟମିତତା ଏବଂ ମହାପ୍ରଭୁଙ୍କ ପ୍ରତି ପ୍ରଶାସନ ଏବଂ ସରକାରଙ୍କ ଚରମ ଅବହେଳାକୁ ନେଇ କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ଧାଡ଼ିରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଶ୍ରଦ୍ଧାଳୁ । ପ୍ରଶାସନିକ ଅବହେଳା ସାଙ୍ଗକୁ ସରକାରଙ୍କ ଉଦାସୀନ ମନୋଭାବରୁ ଏଭଳି ସ୍ଥିତି ଉପୁଜୁଥିବା କହି ରାଜ୍ୟ ସରକାରଙ୍କ ଦାୟିତ୍ବ ହୀନତା ଉପରେ ବର୍ଷିଛନ୍ତି ରାଜ୍ୟପାଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ । ଐତିହ୍ୟକୁ ନଷ୍ଟ ନକରି ବରଂ ସଂରକ୍ଷଣ କରି ପ୍ରକଳ୍ପ କରାଯାଏ ବୋଲି କହିଛନ୍ତି । ଆଜି ଖବର କାଗଜରେ ଏକ ସ୍ତମ୍ଭ ଲେଖି ୨୪ ବର୍ଷର ସ୍ଥିର ସରକାରଙ୍କ ଦାୟିତ୍ବହୀନତାକୁ ସର୍ବସମ୍ମୁଖକୁ ଆଣିଛନ୍ତି ।
📱 Get Argus News App
✨ତେବେ ଏନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କି ଶ୍ରୀମନ୍ଦିରରେ କି କି ବ୍ୟବସ୍ଥାରେ ସୁଧାର ଆସିବା କଥା ସେ କଥା ସମସ୍ତେ ଜାଣନ୍ତି । ସବୁ ଦେଖି ସରକାର ଅଣଦେଖା କରୁଛନ୍ତି । ଏ ସଂପର୍କରେ ଅନେକ ଭକ୍ତ ଓ ବିଶିଷ୍ଟ ଲୋକ ମୋ ସହିତ ଆଲୋଚନା କରିଛନ୍ତି । ଏ ସବୁ ଦେଖ୍ ମୁଁ କାହିଁକି କିଛି କହୁନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଏ ସବୁ ଏତେ ଦିନ ଧରି ଦେଖିବା ପରେ ମୁଁ ଆଉ ରହିପାରିଲି ନାହିଁ । ତେଣୁ ଶେଷରେ ଆଜି ସ୍ତମ୍ଭ ଲେଖିଲି ବୋଲି କ୍ଷୋଭର ସହ କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ।