ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ଖୋଲିଲା ମିଛ ବିକାଶ ପ୍ରାଚରର ପୋଲ

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଲୋକଙ୍କ ସମସ୍ୟା ଜଣାଇଲେ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କ ଚିଠି ଖୋଲିଦେଲା ତୃଣମୂଳସ୍ତରରେ ଲୋକଙ୍କ ଦୟନୀୟ ଚିତ୍ର । ଗତ ୫ ରୁ ୭ ତାରିଖ ଢେଙ୍କାନାଳ ଓ ଅନଗୁଳ ଜିଲ୍ଲା ଗସ୍ତରେ ଯାଇଥିଲେ ମହାମହିମ୍ । ଦୁଇ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ । ଏହି ସମୟରେ ଲୋକେ ନିଜ ଅଞ୍ଚଳର ସମସ୍ୟା ରାଜ୍ୟପାଳଙ୍କ ଆଗରେ ବଖାଣିଥିଲେ । ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ପାନୀୟ ଜଳ ।
ସମସ୍ୟା ହେଉ କି ମମତା ଗୃହ ନିର୍ମାଣ ନେଇ ସ୍ଥାନୀୟ ମହିଳାଙ୍କ ଗୁହାରୀ ସେହିପରି ତାଳଚେରର କନ୍ଧ ବେରିଣୀ ଅଂଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ପ୍ରଦୂଷଣ ଓ ଭୂତଳ ଜଳ ସ୍ତର କମିବା ନେଇ ଗଭର୍ଣ୍ଣରଙ୍କୁ ଅବଗତ କରାଇଥିଲେ । ଏସବୁ ସମସ୍ୟାର ତ୍ବରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରରେ ଲେଖିଛନ୍ତି ମହାମହିମ୍ । ଏଥିପାଇଁ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଗୁଳ ଓ ଢେଙ୍କାନାଳ ବାସୀ । ଅନୁଗୁଳ ଗସ୍ତ ବେଳେ ରାଜ୍ୟପାଳ ରଘୁବର ଦାସ ବାଜି ରାଉତ ଛାତ୍ରାବାସ ପରିଦର୍ଶନରେ ଯାଇଥିଲେ । ସେଠାକାର ବିଭିନ୍ନ ସମସ୍ୟା ସମ୍ପର୍କରେ ମହାମହିମଙ୍କୁ ଜଣାଇଥିଲେ ଛାତ୍ରାବାସର କର୍ମକର୍ତ୍ତା । ଏ ନେଇ ବି ନିଜ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ରାଜ୍ୟପାଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ରାଜ୍ୟପାଳଙ୍କ ଚିଠି ସାମ୍ନାକୁ ଆସିବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ରାଜ୍ୟପାଳ ଅନୁଭବ କରିସାରିଲେଣି ରାଜ୍ୟ ଲୋକଙ୍କୁ ସେବା ମିଳୁନି । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ମହାମହିମଙ୍କ ପତ୍ର ପରେ ବିବ୍ରତ ବିଜେଡି ଶିବିର । ପିସିସି ସଭାପତି ବି ରାଜ୍ୟପାଳଙ୍କ ଚିନ୍ତା ବାସ୍ତବିକ ବୋଲି ରଖିଛନ୍ତି ପ୍ରତିକ୍ରିୟା । ଏନେଇ ବିଜେଡି ରଖିଛି ପ୍ରତିକ୍ରିୟା । ନୂଆ କରି ରାଜ୍ୟପାଳ ଭାବେ ଦାୟିତ୍ବ ନେଇଛନ୍ତି ରଘୁବର ଦାସ। ତେବେ ଓଡ଼ିଶା ଲୋକଙ୍କ ସମସ୍ୟାକୁ ଏଭିଳି ଗୁରୁତର ସହ ନେଇ ସମାଧାନ ପାଇଁ ପ୍ରୟାସ କରି ନିଜକୁ ପିପୁଲ୍ସ ଗଭର୍ଣ୍ଣର ଭାବେ ପ୍ରମାଣିତ କରିଛନ୍ତି ରଘୁବର ଦାସ । ତେବେ ରାଜ୍ୟପାଳଙ୍କ ଏହି ପତ୍ର ପରେ ଖୋଲିବ କି ରାଜ୍ୟ ସରକାରଙ୍କ ଆଖି ? ମିଛ ବିକାଶର ପ୍ରଚାର ଛାଡ଼ି ଲୋକଙ୍କ ସତ ସମସ୍ୟା ଅନୁଭବ କରିବେକି ୨୪ ବର୍ଷର ବିଜେଡି ସରକାର ?
