Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ଘଣ୍ଟା ଖୋଲା ରହିବ ନିରାମୟ , ତଦାରଖ ପାଇଁ ଗଠନ ହୋଇଛି ସ୍କ୍ବାର୍ଡ

Swayangprajna Mishra
Browse all articles by Swayangprajna Mishra
·1 year ago
୨୪ ଘଣ୍ଟା ଖୋଲା ରହିବ ନିରାମୟ , ତଦାରଖ ପାଇଁ ଗଠନ ହୋଇଛି ସ୍କ୍ବାର୍ଡ

ଅର୍ଗସ ବ୍ୟୁରୋ :  ୨୪ ଘଣ୍ଟା ଖୋଲା ରହିବ ନିରାମୟ। ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କ୍ବାର୍ଡ ଗଠନ କରିଛି ସାଧାରଣ ଉଦ୍ୟୋଗ ବିଭାଗ। ସ୍କ୍ବାର୍ଡ ଅଚାନକ ନିରାମୟ ପରିଦର୍ଶନ କରିବେ। ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଔଷଧ ନିଗମର ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ଅଧିକ ପଢନ୍ତୁ ଓଡିଶା ଖବର

ଔଷଧ ନିଗମର ଔଷଧ ଠିକ ଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ, ନିରାମୟରେ ପର୍ଯ୍ୟାପ୍ତ ଔଷଧ ଅଛି ନା ନାହଁ, ସେ ନେଇ ବୈଠକରେ ଆଲୋଚନା ହୋଇଛି। ଔଷଧ ଏବଂ ନାପକିନ କିପରି ଠିକ ଭାବେ ସ୍କୁଲରେ ପହଞ୍ଚିବ, ସେ ନେଇ ବି ବୈଠକରେ ଗୁରୁତ୍ବ ଦିଆଯାଇଛି। ଡିସେମ୍ବର ସୁଦ୍ଧା ସବୁ ମେଡିକାଲ କଲେଜରେ ଔଷଧ ଓ ମେଡିକାଲ ଉପକରଣ ପହଞ୍ଚିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The hospital will be open 24 hours, and a squad has been formed for supervision | Argus News