Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର

Odisha

ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର

କେଉଁଝର : ଗ୍ୟାସ ଚୁଲା ରୁ ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ନିକଟରେ ଭଡ଼ାଘରେ ରହୁଥିବା ସୁଶାନ୍ତ କୁମାର ସାହୁ ଙ୍କ ରୋଷେଇ ଘରେ ଆଜି କୈାଣସି କାରଣରୁ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗି ଯାଇଥିଲା।‌ ଘର ଭିତରେ ନିଆଁ ଏତେ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ନିଆଁ ଲାଗି ଜଳିବାକୁ ଲାଗିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର    

ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହେବା ପରେ ଘଟଗାଁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଘଟଗାଁ ଅଗ୍ନିଶମ କେନ୍ଦ୍ରାଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଆଗ୍ନିକ ଜ୍ବତିସ ଚନ୍ଦ୍ର ମୁଦୁଲି, ରଞ୍ଜନ କୁମାର ଚିନାରା ଓ ରମେଶ ଚନ୍ଦ୍ର ମାରାଣ୍ଡି ପହଞ୍ଚି ମେକାନିକାଲ ଫୋମ୍ ବ୍ୟବହାର କରି ନିଆଁ କୁ ଆୟତ କରିଥିଲେ । ତେବେ ସଠିକ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବାରୁ ଏକ ବଡ ଦୁର୍ଘଟଣା ରୁ ବର୍ତ୍ତି ଯାଇଛି।‌ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The house was burnt by a fire from a gas stove | Argus News