Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅମାନୁଷିକ ଶିକ୍ଷକ, ଛାତ୍ରକୁ ଦେଲେ ଶାରୀରିକ ନିର୍ଯାତନା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅମାନୁଷିକ ଶିକ୍ଷକ, ଛାତ୍ରକୁ ଦେଲେ ଶାରୀରିକ ନିର୍ଯାତନା

ମୟୁରଭଞ୍ଜ : ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଆସିଲା ହୃଦୟଥରା ଦୃଶ୍ୟ। ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ବିଧାନ ନିୟମ। ଆଦିବାସୀ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଲହୁ ଲୁହାଣ କଲେ ସହକାରୀ ଶିକ୍ଷକ ଶୁଦିବ୍ୟ ଶକ୍ତି ଦାସ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବଡଭାଲିଆ ପଞ୍ଚାୟତ କୁଲାଦହଣୀ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର କିରଣ କୁମାର ନାଏକଙ୍କୁ ଜାତୀୟ ସଙ୍ଗୀତ ଗାନ ସମୟରେ ଏକ ବାଡ଼ି ମାଧ୍ୟମରେ କିରଣ ଙ୍କ ସହିତ ତିନି ଜଣ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ସହକାରୀ ଶିକ୍ଷକ ଶୁଦିବ୍ୟ ଶକ୍ତି ଦାସ ।

ଅଧିକ ପଢନ୍ତୁ ଓଡିଶା ଖବର

 ସରକାର ବିଦ୍ୟାଳୟ ପରିସରକୁ ଦଣ୍ଡ ମୁକ୍ତ ଅଂଚଳ କରିଥିଲା ବେଳେ କିଛି ଅମାନୁଷିକ ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ଅକଥନୀୟ ନିର୍ଯାତନା ଦେଇ ଚାଲିଛନ୍ତି। ଶିକ୍ଷକ ଜଣକ ନିଜର ଘରୋଇ ସମସ୍ୟାକୁ କେନ୍ଦ୍ରକରି ଛାତ୍ର ଛାତ୍ରୀଙ୍କୁ ଅକଥନୀୟ ନିର୍ଯାତନା ଦେଇଚାଲିଛନ୍ତି। ମାଡ଼ ଏତେ ଜୋରରେ ହୋଇଥିଲା କି ଦେହର ଓ ପିଠିର ଚମଡା ଫାଟି ରକ୍ତ ଝରୁଥିଲା। ଛାତ୍ରର ପିତାମାତା ଛାତ୍ରକୁ ଡ଼ାକ୍ତର ଖାନାକୁ ନେଇ ଚିକିତ୍ସା କରିଛନ୍ତି। ଏହା ପ୍ରଥମ ଥର ନୁହଁ ଏହି ଅମାନୁଷିକ ଶିକ୍ଷକଙ୍କ ବିରୋଧରେ ବହୁବାର ଅଭିଯୋଗ ହୋଇଛି। ସେ ଛାତ୍ର ଛାତ୍ରୀଙ୍କୁ ଏପରି ଶାରୀରିକ ମାନସିକ ନିର୍ଯାତନା ଦିଅନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The inhumane teacher physically assaulted the student | Argus News