ଧରାପଡିଲା ଆତଙ୍କ ଖେଳାଉଥିବା କୁମ୍ଭୀର

ଅର୍ଗସ ବ୍ୟୁରୋ : ପିପିଲି ଡେଲାଙ୍ଗ କଣାସ ଅଂଚଳରେ ଆତଙ୍କ ଖେଳାଉଥିବା କୁମ୍ଭୀରକୁ କାବୁ କଲେ କଣାସ ଲୋକେ । ଆଜି ସକାଳୁ ମେଳି ବାନ୍ଧି ଏକାଧିକ ମତ୍ସ୍ୟ ଯିବି ଏକାଠି ହୋଇ ଦୟା ନଦୀରେ ଜାଲ ବିଛାଇ ଆରମ୍ଭ କରିଥିଲେ କୁମ୍ଭୀର ଧରିବା ଅଭିଯାନ । ଶେଷରେ କଣାସ ଚୂପୁରୁଙ୍ଗି ନିକଟ ଦୟା ନଦୀର ମଝିରୁ ଧରିଲେ କୁମ୍ଭୀରକୁ। ହେଲେ ଏପର୍ଯ୍ୟନ୍ତ ବନ ବିଭାଗର ଦେଖା ଦର୍ଶନ ନାହିଁ ବୋଲି ଅଂଚଳ ବାସି ଦୁଃଖ ପ୍ରକାଶ କରୁଛନ୍ତି। ଶୁଣିଲାନାହିଁ ବନ ବିଭାଗ ବାଧ୍ୟ ହୋଇ ଜୀବନ କୁ ବାଜି ଲଗାଇ ମେଳି ବାନ୍ଧିଲେ କଣାସ ଅଂଚଳ ର ମତ୍ସ୍ୟଜୀବୀ । କୁମ୍ଭୀରକୁ ନିଜେ ଧରିବା ପାଇଁ କଲେ ପ୍ରୟାସ ଓ ସଫଳ ମଧ୍ୟ ହେଲେ, ବହୁ ଦିନ ହେଲାଣି ଆତଙ୍କ ଖେଳାଉ ଥିବା କୁମ୍ଭୀର ଡର ରେ ଜୀବନ ଜୀବିକା ଉପରେ ପଡୁଥିଲା ପ୍ରଭାବ, ସହ ସହ ମସ୍ୟ ଯିବି ଦୟା, ମକରା ନଦୀ ଉପରେ ନିର୍ଭର କରୁଥିଲେ ମତ୍ସ୍ୟଜୀବୀ ।
ଅଧିକ ପଢନ୍ତୁ : ଲୁଣାନଦୀରୁ ଗୋଟିଏ ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର
ମାଛ ଧରିଲେ ପରିବାର ପ୍ରତିପ୍ରଶଣ କରିଆସୁଥିଲେ, କିନ୍ତୁ ନଦୀରେ କୁମ୍ଭୀର ଆସିବା ଦିନ ଠାରୁ ଭୟରେ ନଦୀ କୁ ଯାଉନଥିଲେ ମସ୍ୟ ଯିବି, ଅପେକ୍ଷା କରି ଥିଲେ ବନ ବିଭାଗ କେବେ ଧରିବ କୁମ୍ଭୀରକୁ କିନ୍ତୁ ଅଭିଯୋଗ ଅଭିଯୋଗ ବାଟରେ ଥିବା ବେଳେ ଦିନ କୁ ଦିନ କୁମ୍ଭୀର କରୁଥିଲା ତାର କାୟା ବିସ୍ତାର, ଏହି ନଦୀ ଦେଇ ସହ ସହ ଡ଼ଙ୍ଗା ଚିଲିକା ଯାଉଥିଲେ ସେମାନେ ବି ଭୟ ରେ ଚିଲିକାକୁ ମାଛ ଧରିବାଯିବା ବନ୍ଦ କରି ଦେଇଥିଲେ, ଆଜି ସକାଳୁ ବାଧ୍ୟ ହୋଇ ମେଳି ବାନ୍ଧିଲେ ଏକାଧିକ ମସ୍ୟ ଯିବି, ଏକାଠି ହୋଇ ଦୟା ନଦୀରେ ଜାଲ ବିଛାଇ ଆରମ୍ଭ କରିଥିଲେ କୁମ୍ଭୀର ଧରିବା ଅଭିଯାନ ଶେଷରେ କଣାସ ଚୂପୁରୁଙ୍ଗି ନିକଟ ଦୟା ନଦୀ ର ମଝିରୁ ଧରିଲେ କୁମ୍ଭୀର କୁ, ବିଡମ୍ବନା ର ବିଷୟ ଏପର୍ଯ୍ୟନ୍ତ ବନ ବିଭାଗ ର ଦେଖା ଦର୍ଶନ ନାହିଁ ବୋଲି ଅଂଚଳ ବାସି ଦୁଃଖ ପ୍ରକାଶ କରୁଛନ୍ତି,
