Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ ବୟାନ

Odisha

ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ ବୟାନ

Swayangprajna Mishra
Browse all articles by Swayangprajna Mishra
·1 year ago
ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ ବୟାନ

ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ  ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି।  ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ଅଧିକ ପଢନ୍ତୁ : ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ

  ସେ କହିଛନ୍ତି ,କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ ମନ୍ଦିର ଭିଡ ରହିଚି। କାର୍ତ୍ତିକ ପରେ ରତ୍ନ ଭଣ୍ଡାର ମରାମତି ହେବ।  ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି।  କାର୍ତ୍ତିକ ମାସ ପରେ  ଏକ ମାସ ଧରି ମରାମତି କାମ କରିବ ଏଏସଆଇ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ।  ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The law minister's big statement about ratnabhandar puri | Argus News