Videos
|
Odisha

ତୋମାରଙ୍କ ବଡ଼ ବୟାନ...ଏତିକି ବେଳେ ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

Jitendra Dash
Browse all articles by Jitendra Dash
·2 years ago·1 min read
ତୋମାରଙ୍କ ବଡ଼ ବୟାନ...ଏତିକି ବେଳେ ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଅର୍ଗସ ବ୍ୟୁରୋ : ଖୁବ୍ ଶୀଘ୍ର ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସୂଚନା। ଓଡ଼ିଶାରେ ଏଥର ଡବଲ୍ ଇଞ୍ଜିନ୍ ସରକାର ହେବ। ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ସରକାର ଗଢ଼ିବ ବୋଲି ତୋମାର ଦୃଢ଼ୋକ୍ତି କରିଛନ୍ତି । 

ଦଳର ପ୍ରାର୍ଥୀ ଚୟନ ନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛି ବୋଲି କହିଛନ୍ତି ତୋମାର । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀରେ ବସିଥିଲା ବିଜେପି କୋର୍ କମିଟି ବୈଠକ । ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ଓଡ଼ିଶା ସମ୍ପର୍କରେ ହୋଇଛି ମାନସ ମନ୍ଥନ । ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ଗଣମାଧ୍ୟମରେ ବୟାନ ଦେଇ କହିଥିଲେ, ଓଡ଼ିଶାରେ ବିଜେପିର ଶକ୍ତିଶାଳୀ ହେବାକୁ ଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାରେ ବଢ଼ିଛି ମୋଦିଙ୍କ ଲୋକପ୍ରିୟତା । ଉଭୟ ଲୋକସଭା ଏବଂ ବିଧାନସଭାରେ ବୃଦ୍ଧି ହେବ ସିଟ ସଂଖ୍ୟା । ରାଜନୈତିକ ବିଶାରଦଙ୍କ ଆକଳନ ଠାରୁ ବହୁ ଗୁଣ ଅଧିକ ଆସନ ଜିତିବ ବିଜେପି । ଏକା ଲଢିଲେ ବି ସରକାର ଗଢ଼ିବା ପାଇଁ ବିଜେପି ଓଡ଼ିଶାରେ ଲଢିବ ବୋଲି କହିଥିଲେ ଶାହ ।

The list of BJP assembly candidates will come soon | Argus News