Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ

ଅର୍ଗସ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ । ରାସ୍ତାରେ ଲହଡ଼ି ମାରୁଛି ଅଣ୍ଟେ ଉଚ୍ଚର ପାଣି । ଯାତାୟାତ ଠପ୍ ।  ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ  । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରିରେ ପ୍ରବାହିତ ହେଉଛି ଅଣ୍ଟେ ଉଚ୍ଚର ପାଣି । ଶହଶହ ଗାଡି ମଟର ରାସ୍ତାରେ ଅଟକି ରହିଛି । ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବାଦଲଫଟା ବର୍ଷା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  

ଅଧିକ ପଢନ୍ତୁ ଓଡିଶା ଖବର

ସେହିପରି ବାଘମାରି ଠାରୁ କଣ୍ଟିଲୋ ଯାଇଥିବା ୪୮ ନମ୍ବର ରାଜ୍ୟ ପଥ ଉପରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । କଣ୍ଟାବାଡ ପଚାଂୟତ ମଲ୍ଲିପଦର ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗାଁର ଉଭୟ ପଟ ଶଙ୍ଖ ଉପରେ ୪ଫୁଟର ପାଣି ପ୍ରଭାବିତ ହେଉଛି ।  ସିମର -ବାଙ୍କୀ ରାସ୍ତା ଉପରେ ମଧ୍ୟ ପାଣି ଚାଲୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The National Highway in Khordha Balangir is affected by heavy rain | Argus News