Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କୌଣସି ଲିଙ୍କ୍, ୟୁପିଆଇ କି ଓଟିପି ମାଧ୍ୟମରେ ନୁହେଁ

Odisha

କୌଣସି ଲିଙ୍କ୍, ୟୁପିଆଇ କି ଓଟିପି ମାଧ୍ୟମରେ ନୁହେଁ

Jitendra Dash
Browse all articles by Jitendra Dash
·2 years ago·1 min read
କୌଣସି ଲିଙ୍କ୍, ୟୁପିଆଇ କି ଓଟିପି ମାଧ୍ୟମରେ ନୁହେଁ

ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ସୌମ୍ୟରଞ୍ଜନ ପ୍ରଧାନ ଓରଫ ଲକି ଓରଫ ସୁଲଗ୍ନା । ନାଁ ଅନେକ କିନ୍ତୁ କାମ ଗୋଟିଏ । ତାହା ହେଲା ଲୋକଙ୍କୁ ଠକିବା । ବିଭିନ୍ନ ଲୋକଙ୍କ କଣ୍ଠସ୍ବରକୁ ନକଲ କରିବାର କଳା ଜାଣିଥିବା ସୁଲଗ୍ନା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅବିକଳ ସ୍ବରରେ କଥା ହୋଇ କଟକର ଏକ ପ୍ରତିଷ୍ଠିତ ହସ୍ପିଟାଲର ମାଲିକଙ୍କ ଠାରୁ ୪୫ ହଜାର ୫୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସୁଲଗ୍ନାକୁ କଟକ ସାଇବର୍ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା' ନିକଟରୁ ଦୁଇଟି ମୋବାଇଲ୍ ଫୋନ୍, ଦୁଇଟି ବେନାମୀ ସିମକାର୍ଡ,  ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୬ ହଜାର ୫୦୦ ଟଙ୍କା ଜବତ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତା’ ଆକାଉଣ୍ଟ ବ୍ଲକ୍ ହୋଇଯାଇଥିବା ଆଳ ଦେଖାଇ କିଛି ଦିନ ପାଇଁ ସାଧାରଣ ଲୋକଙ୍କ ଆକାଉଣ୍ଟ ଆଣି ସେ ଠକେଇ ଟଙ୍କା ଜମା କରୁଥିଲା । ପରେ ଏହାକୁ ଉଠାଇ ନେଉଥିଲା । ଏହିଭଳି ୫୩ଟି ଆକାଉଣ୍ଟକୁ ପୋଲିସ ଠାବ କରିଛି । କଟକ ସାଇବର ଥାନା ପୋଲିସ କହିବା ମୁତାବକ ଦିଲ୍ଲୀରୁ ସାଇବର ଠକେଇ କଳା ଶିକ୍ଷା କରି ଓଡ଼ିଶା ଫେରି ଥିବା ସୁଲଗ୍ନା କିଛି ମାସ ତଳେ ତୃତୀୟଲିଙ୍ଗୀ ସଂଗଠନର ସଦସ୍ୟଙ୍କ ସହିତ କୃଷିମନ୍ତ୍ରୀଙ୍କ ନିକଟକୁ ଆର୍ଥିକ ଅନୁଦାନ ପାଇଁ ଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଠାରେ ସେ କୃଷିମନ୍ତ୍ରୀଙ୍କ କଥା କହିବାର ଶୈଳୀ ଅନୁଧ୍ୟାନ କରିଥିଲା । ସେହି ଆଧାରରେ ସ୍ବର କରି ହସପିଟାଲ୍, ରେଷ୍ଟୁରାଣ୍ଟ ମାଲିକଙ୍କୁ ଫୋନ୍ କରି ଟଙ୍କା ଠକେଇ କରିଥିଲା । କିନ୍ନର ଜଣକ କଟକ ଭୁବନେଶ୍ବର ଅଞ୍ଚଳରୁ ପାଖାପାଖି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଆଗକୁ କିନ୍ନର ନାଁରେ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Sponsored
The new fund of fraud | Argus News