Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Odisha

ଓଡିଶାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଓଡିଶାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଅର୍ଗସ ବ୍ୟୁରୋ : ମେ ୨୫ ତାରିଖରେ ଦେଶରେ ଷଷ୍ଠ ପର୍ଯ୍ୟାୟ ଆଉ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ, କଟକ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ବର ଲୋକସଭା ଆସନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୬ ଟି ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୯୪ ଲକ୍ଷ ୪୧ ହଜାର ୭୯୭ ଭୋଟର । ସେମାନଙ୍କ ମଧ୍ୟରୁ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ୪୬ ଲକ୍ଷ ୧୪ ହଜାର ୧୩୪ ।

ଅଧିକ ପଢନ୍ତୁ : କଂଗ୍ରେସର ପ୍ରାର୍ଥୀ ତାଲିକା, କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ଟିକେଟ୍

ଏଥିସହ ଏହି ଲୋକସଭା ଆସନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ  ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନାମାଙ୍କନ ବେଳେ ପ୍ରାର୍ଥୀ ମାନେ ବଡ଼ ରାଲି କରି ନ ଆସିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ । ... ଓଡିଶାର ୬ଟି ଲୋକସଭା ଆସନ ସହ ୭ଟି ରାଜ୍ୟର ୫୭ଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାରର ୮, ପଶ୍ଚିମବଂଗର ୮ ଓ ଝାଡଖଣ୍ଡର ୪ଟି ଲୋକସଭା ଆସନ ପାଇଁ ମତଦାନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The notification for the third phase of polling in Odisha has been released | Argus News