Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିରୋଧୀ ଦଳ ନେତାଙ୍କ ସୌଜନ୍ୟତା ଉପରେ ଉଠିଲା ପ୍ରଶ୍ନ

Odisha

ବିରୋଧୀ ଦଳ ନେତାଙ୍କ ସୌଜନ୍ୟତା ଉପରେ ଉଠିଲା ପ୍ରଶ୍ନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିରୋଧୀ ଦଳ ନେତାଙ୍କ ସୌଜନ୍ୟତା ଉପରେ ଉଠିଲା ପ୍ରଶ୍ନ

Key Points

  • ବିଧାନସଭା ଚଲାଇ ଦେଉନି ବିଜେଡି
  • 24 ବର୍ଷ ଶାସନ କଲେ 
  • କିନ୍ତୁ ଦେଢମାସର ସରକାର ବିରୋଧରେ ଆଣିଲେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ
  • ଆଲୋଚନା ବଦଳରେ ଗୃହକୁ କଲେ ଅଚଳ
  • ଚିନ୍ତା ଆଇନ ଶୃଙ୍ଖଳା ନା କ୍ଷମତା ଯିବାରୁ ବ୍ୟତିବ୍ୟସ୍ତ
  • ବଡ ହୃଦୟ ଦେଖାଇ ମୋହନ ମାଗିଥିଲେ ଗଠନ ମୁଳକ ସହଯୋଗ
  • ବିରୋଧୀ ଦଳ ନେତାଙ୍କ ସୌଜନ୍ୟତା ଉପରେ ଉଠିଲା ପ୍ରଶ୍ନ

ଅର୍ଗସ ବ୍ୟୁରୋ :  ଆଜି ଲଗାତାର ତୃତୀୟ ଦିନରେ ବି ଅଚଳ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା-ନାରାବାଜି କରି କକ୍ଷତ୍ୟାଗ କଲେ ବିରୋଧୀ ସଦସ୍ୟ । ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ । ବିରୋଧୀ ଦଳ ଉଦ୍ଦେଶ୍ୟମୂଳକ ଭାବେ ତିନି ଦିନ ହେଲା ବିଧାନସଭା ଚଳାଇ ଦେଉନାହାନ୍ତି ବୋଲି ଶାସକ ଦଳର ଅଭିଯୋଗ ।
 ଆଜି ସକାଳ 10ଟା 30ରେ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ । ପ୍ରଥମେ କୃଷି ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂହଦେଓ । ଏତିକି ବେଳେ ପାଟିତୁଣ୍ଡ ଓ ହଙ୍ଗାମା କରିଥିଲେ ବିରୋଧୀ ସଦସ୍ୟ ।  ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ସାଢ଼େ 11ଟା ଯାଏଁ ପରେ 12ଟା ଯାଏଁ ଗୃହ ମୁଲତବୀ  କରିଥିଲେ । ଗୃହ ସୁପରିଚାଳନା ପାଇଁ ସର୍ବାଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । କିନ୍ତୁ କୌଣସି ନିର୍ଯ୍ୟାସ ବାହାରିଲା ନାହିଁ । ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ 4ଟା ଯାଏଁ ମୁଲତବୀ ରହିଲା ଗୃହ ।

ଅଧିକ ପଢନ୍ତୁ ଓଡିଶା ଖବର

ବିଧାନସଭା ସୁରୁଖୁରରେ ଚଳାଇବା ନେଇ ଅଧିବେଶନ ପୂର୍ବରୁ  ବଡ଼ ହୃଦୟ ଦେଖାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସହଯୋଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ଶାସକ ବିଧାୟକଙ୍କ ଅଭିଯୋଗ ମାଛ ଯେପରି ବିନା ପାଣିରେ ଛଟପଟ ହୁଏ, ସେପରି କ୍ଷମତା ଯିବା ପରେ ଛଟପଟ ହେଉଛି ବିଜେଡି । ବିଜେଡି ଉଦ୍ଦେଶ୍ୟମୂଳକ ଭାବେ ବିଧାନସଭା ଚଳାଇ ଦେଉନାହିଁ କି ବିତର୍କକୁ ବି ଆସୁନାହିଁ । ରାଜ୍ୟର ସ୍ବାର୍ଥକୁ ବିଜେଡ଼ି ଗୁରୁତ୍ବ ଦେଉନାହିଁ ବୋଲି କହିଛି ବିଜେପି ।
ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଲେ ନାହିଁ ବିଜେଡି ଓ କଂଗ୍ରେସ । ଉପବାଚସ୍ପତି ନିର୍ବାଚନ ପ୍ରକ୍ରିୟା ସରିବା ପରେ କକ୍ଷ ତ୍ୟାଗ କରିଥିଲେ ବିଜେଡ଼ି ଓ କଂଗ୍ରେସ ସଦସ୍ୟ । ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The opposition party has deliberately not run the assembly for three days | Argus News