ଡାକ୍ତରଙ୍କ ମଦ୍ୟପାନ ଏବଂ ବିଳମ୍ବିତ ଚିକିତ୍ସା ଯୋଗୁଁ ଗଲା ରୋଗୀର ଜୀବନ
·2 years ago·1 min read

ବଲାଙ୍ଗୀର : ରୋଗୀ ମୃତ୍ୟୁରୁ ଡାକ୍ତରଙ୍କୁ ମାଡ। ଗତକାଲି ବଲଆ କନ୍ଦପାଲି ପଡାର ଜଣେ ଲିଭର ରୋଗୀଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଆର ଏନ ଦଳପତି ବିଳମ୍ବରେ ରୋଗୀ ଚିକିତ୍ସା କଲେ ଏବଂ ଡାକ୍ତରଜଣକ ପ୍ରଚୁର ମଦ୍ୟପାନ କରିଥିବାରୁ ରୋଗୀର ଜୀବନ ଗଲା ବୋଲି ମୃତକ ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତର ମଦ୍ୟପାନ କରିଥିବାରୁ ତାଙ୍କୁ ମାଡ ମରାଯାଇଥିଲା। ତାଙ୍କ ଯୋଗୁଁ ଗତକାଲି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।
ଅଧିକ ପଢନ୍ତୁ ଓଡିଶା ଖବର
ବଲାଙ୍ଗିର ସହର କନ୍ଧପାଲିପଡ଼ାର ନିକୁ ବାରିକ ଗତକାଲି ରାତିରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ନିକୁଙ୍କୁ ରକ୍ତ ଆବଶ୍ୟକ ବୋଲି ସମ୍ପର୍କୀୟଙ୍କୁ କୁହାଯାଇଥିଲା। ନିକୁଙ୍କ ସମ୍ପର୍କୀୟ ରକ୍ତ ଆଣି ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ। ହେଲେ ନିକୁଙ୍କୁ ରକ୍ତ ଦିଆଯିବାରେ ବିଳମ୍ବ ହୋଇଥିଲା। ଶେଷରେ ନିକୁଙ୍କର ମୃତ୍ୟୁ ଘଟିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: