୫ ଦଫା ଦାବି ନେଇ ଗର୍ଜିବ ସଂଗଠନ

ଅର୍ଗସ ବ୍ୟୁରୋ : ବିଧାନସଭା ସମ୍ମୁଖରେ ହେବ "ଗଣ ଗର୍ଜନ ସମାବେଶ" । ଏ ନେଇ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କ୍ରିୟାନୁଷ୍ଠାନ କମିଟି ଓ ଓଡ଼ିଶା ଜନଶକ୍ତି ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ଲୋକଙ୍କ ସମସ୍ୟା ସରକାର ସମାଧାନ କରୁନଥିବା ଅଭିଯାନ କରିଛି ମଞ୍ଚ । ସରକାର ପୁଲିସ ଲଗାଇ ମାଡ଼ ମାରିବା ସହ ମିଛ କେସରେ ହଇରାଣ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେଣୁ ୫ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦାବୀ ଗୁଡିକ ହେଲା, ସମ୍ବିଧାନର ୨୧ ଧାରା ମୁତାବକ ଫନି କ୍ଷତିଗ୍ରସ୍ତଙ୍କୁ ବିପଦ ନିରୋଧ ଗୃହ ଯୋଗାଣ, ସହାୟତାରୁ ବାଦ ପଡିଥିବା ୭,୫୭୮ ଜଣ ଫନି କ୍ଷତିଗ୍ରସ୍ତଙ୍କୁ ଠାରୁ ଫେରାଇ ନେଇଥିବା ସହାୟତ ରାଶି ବଣ୍ଟନ, ଚିଲିକା ଉପରେ ସାତପଡା - ଜହ୍ନି କୁଦା ସେତୁ ନିର୍ମାଣ, ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର, ମାଲତୀ ପାଟପୁର ରାଜରାସ୍ତା ବିକ୍ଷୋଭରେ ପୋଲିସ ପ୍ରଶାସନ ତରଫରୁ କରାଯାଇଥିବା ସମୂହ କେସର ପ୍ରତ୍ୟାହାର ଆଦି ଦାବି କରିଛି ମଞ୍ଚ ।