ଶାବେରୀ ନଦୀ କୂଳେ ପ୍ରେମୀଯୁଗଳଙ୍କ ମୃତ ଦେହ ଠାବ କଲା ପୋଲିସ

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ ପଡିଆ ଥାନା ଅର୍ନ୍ତଗତ କମାର ଗୁଡା ଗ୍ରାମ ବାଜା ଗୁଡା ନିକଟ ଶାବେରୀ ନଦୀ ଗର୍ଭ ରେ ଏକ ବୁଦାଳିଆ ଗଚ୍ଛ ମୂଳେ ଅଜଣା ଯୁବକ ଯୁବତୀ ଙ୍କ ଶବ ପଡି ରହିଥିବା ବେଳେ ନଦୀ କୁ ଯାଇ ଥିବା ମାଛ ଧରିବା ଲୋକ ଦେଖିଲା ପରେ ପଡିଆ ପୋଲିସକୁ ଖବର ଦେଇଥିଲେ ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଘଟଣା 24 ଘଣ୍ଟା ଅତିକ୍ରମ କରିଥିଲେ ମଧ୍ଯ ପୁଲିସ ହାତ ଖାଲି ନା ମୃତକଙ୍କ ପରିଚୟ ପାଇପାରିଛି ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ପୁଲିସ l ତେବେ ଦୁଇ ଜଣଙ୍କର ପରିଚୟ ମିଳି ପାରି ନାହିଁ l ପୋଲିସ ର ତଦନ୍ତ ପରେ ଜଣା ପଡିବବୋଲି ଅନୁମାନ କରାଯାଇଛି l ଘଟଣା ଟି ଅଞ୍ଚଳ ର କିଛି ମାଛ ଧରାଳି ମାନେ ସଂଧ୍ୟା ସମୟ ରେ ମାଛ ଧରିବାକୁ ନଦୀ ମଧ୍ୟକୁ ଯାଇ ଥିଲେ ମଝିରେ ବୁଦାଳିଆ ସ୍ଥାନରେ ଦୁହେଁ ସୋଇ ରହିଥିବା ଦେଖିବାକୁ ପାଇଥିଲେ l
ଅଧିକ ପଢନ୍ତୁ ଓଡିଶା ଖବର
ନିକଟ କୁ ଲାଗିଥିବା ପଡୋଶୀ ରାଜ୍ୟ ଛତିଶ ଗଢ଼ ର ଦୁଇ ଜଣ ହୋଇ ପାରନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏମାନେ ଦୁହେଁ ପରସ୍ପର କୁ ଭଲ ପାଇ ଥିଲେ କୌଣସି କାରଣ ରୁ ଦୁହେଁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ପୋଲିସ ତଦନ୍ତ ପରେ ଜଣା ପଡିବ ଏମାନେ କେଉଁଠାର ଓ କିଏ, କାହିଁକି ଏପରି କଲେ ତାହା ସ୍ପଷ୍ଟ ଚିତ୍ର ଜଣା ପଡି ନାହି l ତେବେ ପଡିଆ ଥାନା ଅଞ୍ଚଳରେ ଲଗାତାର ହତ୍ୟା, ଆତ୍ମହତ୍ୟା ଭଲି କ୍ରାଇମ୍ ବୃଦ୍ଧି ପାଉଥିବା ବେଳେ ପୋଲିସ ରୋକ୍ ଲଗାଇବାରେ ବିଫଳ ହୋଇଛି l ଏକ ସପ୍ତାହ ମଧ୍ୟରେ ପଡିଆ ଗ୍ରାମ ର ସ୍ବାମୀ ସ୍ତ୍ରୀ ଗଳାକାଟି ହତ୍ୟା କାଣ୍ଡ, ବାପନପଲ୍ଲୀ ଆଦର୍ଶ ବିଦ୍ୟାଳୟ ର ରାତ୍ରୀ ଜଗୁଆଳୀ ରଶି ଲାଗାଇ ଆତ୍ମହତ୍ୟା,ପାଲା ଗୁଡା ବିଜେପି କର୍ମୀ କୁ ଗଳା କାଟି ଜମିରେ ଫିଙ୍ଗିବା ଘଟଣା ଚର୍ଚ୍ଚl ନଥମୁନୂ ପୁଣି ଗତ କାଲି ପ୍ରେମୀଯୁଗଳ ଙ୍କ ଆତ୍ମହତ୍ଯା ପୁଲିସ କୁ ଚିନ୍ତା ରେ ପକାଇଛି l ଆଜି ପୁଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବ ବୋଲି ଥାନା ପକ୍ଷରୁ ଜଣା ପଡିଛି l