Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ଖୋଲିଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମିଛ ପ୍ରଚାରର ପୋଲ୍

Odisha

ପୁଣି ଖୋଲିଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମିଛ ପ୍ରଚାରର ପୋଲ୍

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ଖୋଲିଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମିଛ ପ୍ରଚାରର ପୋଲ୍

ଅର୍ଗସ ବ୍ୟୁରୋ : ଉପକୂଳରୁ ଉପାନ୍ତ ସାରା ରାଜ୍ୟରେ ଉତ୍କଟ ଜଳକଷ୍ଟ । ରାଉରକେଲା ପରେ ଢେଙ୍କାନାଳରେ ଝାଡ଼ାବାନ୍ତି ଆତଙ୍କ । ଦୂଷିତ ନଈ ପାଣି ପିଇ ୭୦ରୁ ଅଧିକ ଆକ୍ରାନ୍ତ । ଜଳ ପାଇଁ ରାଜରାସ୍ତାରେ ମହିଳାଙ୍କ ଆନ୍ଦୋଳନ । ଲୋକଙ୍କୁ ପିଇବା ପାଣି ମୁନ୍ଦେ ଦେବାରେ ବିଫଳ ୨୪ ବର୍ଷର ସରକାର । କୁଆଡ଼଼େ ଯାଉଛି ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ନାଁରେ ଖର୍ଚ୍ଚ କୋଟି କୋଟି ଟଙ୍କା । କିନ୍ତୁ ସରକାର ପ୍ରଚାର କରୁଛନ୍ତି, ପ୍ରତି ଘରକୁ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ, ଟ୍ୟାପରେ ପାଣି ଯୋଗାଇବେ ସରକାର । କିନ୍ତୁ ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ଖୋଲି ଯାଇଛି ତମାମ ମିଛ ପ୍ରଚାରର ପୋଲ୍ । ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍ ଖଗଡ଼ପ୍ରସାଦ ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି । ବାଧ୍ୟ ହୋଇ ନଈ ପାଣି ପିଉଛନ୍ତି ଗାଁ ଲୋକେ । ଆଉ ଝାଡ଼ାବାନ୍ତିରେ ହେଉଛନ୍ତି ଆକ୍ରାନ୍ତ । 

ରୋଗଗ୍ରସ୍ତ ୭୦ରୁ ଅଧିକ ଲୋକଙ୍କୁ ଢେଙ୍କାନାଳ, ମେରାମଣ୍ଡଳି, ଅନୁଗୁଳ ଆଦି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ କଥା ହେଲା, ଏ ଗାଁ ହେଉଛି ଢେଙ୍କାନାଳ ସଦରରୁ ବିଧାୟକ ସୁଧୀର ସାମଲଙ୍କ ଗାଁ । ନିଜ ଦଳର ୨୪ ବର୍ଷର ସ୍ଥିର ଶାସନ ପରେ ବି ବିଜେଡି ବିଧାୟକଙ୍କ ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିଲାନି ମୁନ୍ଦେ ଶୁଦ୍ଧ ପିଇବା ପାଣି । ଢେଙ୍କାନାଳରେ ନଈ ପାଣି ପିଉଛନ୍ତି ଲୋକେ, ଅନ୍ୟପଟେ ପାଣି ପାଇଁ  ଗଞ୍ଜାମରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି ମହିଳା।  ପୁରୁଷୋତ୍ତମପୁର ଭୁତସରସିଙ୍ଗି ପଞ୍ଚାୟତ ଦାସିଆମାରିପଲ୍ଲୀ ଗାଁରେ ପାଣି ପାଇଁ ଇଏ ମହିଳାଙ୍କ ଆନ୍ଦୋଳନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାନୀୟ ଜଳର ସୁବିଧା କରିବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରୁଛନ୍ତି। ସମାଧାନ ନ ହେବାରୁ ବାଧ୍ୟ ହୋଇ ସକାଳୁ ପୁରୁଷୋତ୍ତମପୁର- ଆସିକା ରାଜ୍ୟ ରାଜପଥରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି । ସେପଟେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟୀ ଗାଁରେ ପାଣି ପାଇଁ ହାହାକାର । ଗାଁରେ ୮ଟି ନଳକୂଅ ଥିବା ବେଳେ, ଗୋଟିଏ ଅଚଳ ହୋଇପଡ଼ିଛି । ଅନ୍ୟ ସବୁଥିରୁ ଫ୍ଲୋରାଇଡ୍ ପାଣି ବାହାରୁଛି । ଯାହାକୁ ପିଇ ରୋଗରେ ପଡୁଛନ୍ତି ଲୋକେ । ଗାଁରେ ପାଇପ୍ ବିଛା ଯାଇଛି ହେଲେ ଏଯାଏଁ ପାଣି ସଂଯୋଗ ହୋଇ ପାରିନାହିଁ । 
 

Painting
Sponsored
The poll of false propaganda in the name of clean drinking water supply has opened again | Argus News