Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ଏବେ ମିଛ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ଏବେ ମିଛ

ଅର୍ଗସ ବ୍ୟୁରୋ : ବଢୁଛି ଦାଦନ ପଡୁଛି ଘରେ ତାଲା । ଖାଁ ଖାଁ ଲାଗୁଛି ଗାଁ ଦାଣ୍ଡ । କାମ ଧନ୍ଦା ନ ପାଇ ଦାଦନ ମୁହାଁ ହେଲେ ଶତାଧିକ ଲୋକେ । କିଏ ନିଜ ପାଞ୍ଚ ବର୍ଷର ପୁଅକୁ ଛାଡ଼ି ଦାଦନ ଯାଇଛି ତ, ଆଉ କିଏ ବୃଦ୍ଧ ମାତା ପିତାଙ୍କୁ ଛାଡି ।  ଅତ୍ୟଧିକ ଲୋକେ ଘରେ ତାଲା ପକାଇ ଯାଇଛନ୍ତି ତାମିଲନାଡୁ, ହାଇଦ୍ରାବାଦ ଓ ଚେନ୍ନାଇ । ଏବେ ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକେ ହେଉଛନ୍ତି ଦାଦନ ମୁହାଁ ।

ସୂଚନା ଅନୁସାରେ ଦୀର୍ଘ ଆଠ ମାସ ହେଲା ରାଇସଲପଦର ପଞ୍ଚାୟତରେ ମନରେଗା କାର୍ଯ୍ୟ ବନ୍ଦ ରହିଛି । ଉକ୍ତ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ନଥିବା ଅଭିଯୋଗ ଆସିଛି । ଗ୍ରାମ ରୋଜଗାର ସେବକଙ୍କ ମନରେଗା କାର୍ଯ୍ୟରେ ଅତ୍ୟଧିକ କାର୍ଯ୍ୟ ତାଙ୍କ ହାତରେ ହୋଇଥାଏ । ଏଠି ପ୍ରଶ୍ନ ଉଠୁଛି, କାମ ଯଦି ନାହିଁ କଣ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ରାଜ୍ୟ ସରକାର ? ପ୍ରଶାସନ ଦାଦନ ଶ୍ରମିକଙ୍କୁ ରୋକି ପାରୁନାହିଁ କାମ ଯୋଗାଇବା ବଦଳରେ ଚୁପ ରହୁଛନ୍ତି ସରକାରୀ ବାବୁ । ଅଭିଯୋଗ କଲେ କାମ ଦିଆଯିବ କହି ଅଣଦେଖା କରାଯାଉଛି ଯାହା ଫଳରେ ଦାଦନ ମୁହାଁ ଶତାଧିକ ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ପ୍ରଶ୍ନ ଉଠୁଛି, ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ବଦଳରେ କାହିଁକି କର୍ଣ୍ଣପାତ କରୁନାହାନ୍ତି ବିଡ଼ିଓ । କୋଉ ସ୍ୱାର୍ଥରେ ଲୋକଙ୍କ ଅଭିଯୋଗକୁ ଖାତିର କରୁନାହାନ୍ତି ବିଭାଗୀୟ ଅଧିକାରୀ । ଏବେ କିଏ ରୋକିବ ଦାଦନ ଶ୍ରମିକଙ୍କୁ । ସେପଟେ ଜୁଗିମଟ ଶବର ପଡ଼ା ବାସୀଙ୍କ ରହିବା ଖାଇବା ଦୃଶ୍ୟ ଦେଖିଲେ ଲାଗୁଛି ଆଉ କୋଡିଏ ବର୍ଷ ପଛରେ ଅଛନ୍ତି ଏହି ପଡ଼ାବାସୀ । ସେମାନେ ମଧ୍ୟ କାମ ଧନ୍ଦା ନ ପାଇ ଛୋଟ ପିଲା ସହ ବୃଦ୍ଧ ମାତା ପିତାଙ୍କୁ ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି ଯାଇଛନ୍ତି ।

Sponsored