Videos
|
Odisha

ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି

Swayangprajna Mishra
Browse all articles by Swayangprajna Mishra
·1 year ago
ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି

ଅର୍ଗସ ବ୍ୟୁରୋ :  ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି। ଏଥିରାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ସଂପୂର୍ଣ୍ଣ ପ୍ରସ୍ତୁତ। ରତ୍ନ ଭଣ୍ଡାରର ପୂର୍ଣ୍ଣାଙ୍ଗ ତଥା ଦୀର୍ଘସ୍ଥାୟୀ ମରାମତି ଉପରେ ଏଏସଆଇ ଦେଉଛି ଗୁରୁତ୍ବ। ସେପେଟେ ସେହି ୧୬ ତାରିଖରୁ ଆରମ୍ଭ ହେଉଛି ମହାପ୍ରଭୁଙ୍କର ସ୍ବତନ୍ତ୍ର ପହିଲି ଭୋଗ ନୀତି। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ନଜରରେ ରଖି ଏସଏସଆଇକୁ ମରାମତି ପାଇଁ ଦିଆଯିବ ଅନୁମତି।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏନେଇ ଛତିଶାନିଯୋଗ ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି। ଏଏସ୍ଆଇ ଦିନକୁ ୫ ଘଣ୍ଟା ମରାମତି କରିବାକୁ ଅନୁମତି ମାଗିଥିବା ବେଳେ ଛତିଶାନିଯୋଗ ବୈଠକରେ ନିଆଯିବାକୁ ଥିବା  ନିଷ୍ପତ୍ତି ଆଧାରରେ ଆରମ୍ଭ ହେବ ମରାମତି କାମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The renovation of Ratnabhandar will begin from December 16 | Argus News