ଅସହ୍ୟ ଗରମ ଓ ତାତିରେ ସିଜୁଛନ୍ତି ଭୁବନେଶ୍ବରବାସୀ

ଅର୍ଗସ ବ୍ୟୁରୋ : ଅସହ୍ୟ ଗରମ ଓ ତାତିରେ ସିଜୁଛନ୍ତି ରାଜଧାନୀବାସୀ । ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ମିଳୁନି ତାର ଶୀତଳ ଛାଇ । ଆଧୁନିକ ତାର ଛାପରେ ହଜିଯାଇଛି ଚିର ବସନ୍ତ ସହରର ଛାଇ । ରାଜଧାନୀର ଅସହ୍ୟ ଗରମ ମଣିଷକୁ କଲବଲ କଲାଣି । ଏହି ସମୟରେ ରାଜଧାନୀରୁ ଛାଇ ଉଭାନ ହୋଇଥିବା ଦେଖିବାକୁ ମିଳିଛି । ହାତ ଗଣତି କେତେକ ସ୍ଥାନକୁ ଛାଡ଼ିଲେ ରାଜଧାନୀର ବିଭିନ୍ନ ଛକ ବଜାରରେ ଗଛଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ବିକାଶ ନାଁରେ ସ୍ମାର୍ଟ୍ ସିଟି ଆଜି କଂକ୍ରିଟ ଜଙ୍ଗଲରେ ରୂପାନ୍ତରିକରଣ ହୋଇଥିବା ବେଳେ ଗଛ ଛାଇ ଲୋକଙ୍କ ପାଇଁ ମରୀଚିକା ସଦୃଶ ପାଲଟିଛି ।
ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ମନଇଚ୍ଛା ଗଛ କଟାଯାଉଛି, ସେପଟେ ମାଟି ଥିବା ସ୍ଥାନମାନଙ୍କରେ ଫେଭର ବ୍ଲକ୍ ପକାଇବା ଦ୍ଵାରା ଦୁବଘାସ ମଧ୍ୟ କଅଁଳୁ ନାହିଁ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଏସିର ବହୁଳ ବ୍ୟବହାର ମଧ୍ୟ ରାଜଧାନୀରେ ଅସମ୍ଭାଳ ତାତିର ପ୍ରମୁଖ କାରଣ ପାଲଟିଥିବା ପରିବେଶବିତ୍ କହିଛନ୍ତି । ବୃକ୍ଷ ରୋପଣ ଏବଂ ବର୍ଷା ଜଳ ସଂରକ୍ଷଣ ନାଁରେ ସରକାର କେବଳ ଯୋଜନା ପ୍ରଣୟନ କରୁଥିବାବେଳେ ଏହା କାଗଜ କଲମରେ ସିମୀତ ରହୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଜଳବାୟୁ ପରିବlର୍ତ୍ତନ ଯୋଗୁଁ ଆଗକୁ ସ୍ଥିତି ଆହୁରି ବିଗିଡିବାର ଆଶଙ୍କା ରହିଛି । ଏଭଳି ସ୍ଥିତିର ମୁକାବିଲା କରିବାକୁ ସରକାର ତତ୍ପର ହେବା ସହିତ ସହରକୁ ସବୁଜକରଣ କରାଇବା ଦିଗରେ ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବେଳ ଥାଉ ଥାଉ କେବଳ ସରକାର ନୁହେଁ ରାଜଧାନୀର ଜନସାଧାରଣ ମଧ୍ୟ ଏସବୁ ପ୍ରତି ସଚେତନ ହେବା ସହ ନିଜ ଆଖପାଖ ପରିବେଶରେ ବୃକ୍ଷ ରୋପଣ ସାଙ୍ଗକୁ ନିଜସ୍ଵ ଉପାୟରେ ବର୍ଷା ଜଳ ସଂରକ୍ଷଣ କରିବା ଉଚିତ୍ ।

