Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିରକ୍ଷର , ଗରିବ ମହିଳାଙ୍କ ଋତୁସ୍ରାବ ସମୟରେ ସ୍ବଚ୍ଛତା ଅବଲମ୍ବନ ପାଇଁ ସଚେତନ କରାଇଲେ ରାଜପରିବାର

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
ନିରକ୍ଷର , ଗରିବ ମହିଳାଙ୍କ ଋତୁସ୍ରାବ ସମୟରେ ସ୍ବଚ୍ଛତା ଅବଲମ୍ବନ ପାଇଁ ସଚେତନ କରାଇଲେ ରାଜପରିବାର

ମୟୂରଭଞ୍ଜ : ମୟୂରଭଞ୍ଜ ରାଜପରିବାର ପକ୍ଷରୁ "ମୟୂରଭଞ୍ଜ ଫାଉଣ୍ଡେସନ"ନାମକ ସଂସ୍ଥା ମହିଳା ଙ୍କୁ ସ୍ବାବଲମ୍ବି ଓ ଶସକ୍ତୀକରଣ କରିବା ଦୀଗରେ ଅନେକ ଦିନରୁ କାମ କରୁଥିବା ଆମେ ଶୁଣିଛୁ । ଏବେ ଏହି ମୟୂରଭଞ୍ଜ ଫାଉଣ୍ଡେସନ ଜିଲ୍ଲାରେ ମହିଳା ଙ୍କ ମୁଖ୍ୟ ସମାସ୍ୟା ଋତୁସ୍ରାବ ସମୟରେ ସ୍ବଚ୍ଛତା ଅବଲମ୍ବନକୁ ନେଇ ସଚେତନତା କରିବା ପାଇଁ ଆଗକୁ ଆସିଛି । ସହଯୋଗ ପାଇଁ ମାସିକ ଧର୍ମ ବା ଋତୁସ୍ରାବ ଉପରେ କାର୍ଯ୍ୟ କରୁଥିବା ଜାତୀୟ ସ୍ତରୀୟ ସଂସ୍ଥା "ପ୍ରଜେକ୍ଟ ବାଲା" ଓ ରାଜ୍ୟ ସ୍ତରୀୟ 'ଶିକ୍ଷାସନ୍ଧନ' ନାମକ ସ୍ବେଚ୍ଛାସେବୀ ସଂସ୍ଥା ହାତ ବଢାଇଛନ୍ତି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଗାଁ ଗହଳି ଠାରୁ ଆରମ୍ଭ କରି ବସ୍ତି ବାସିନ୍ଦା ଝିଅ ଓ ମହିଳା ମାନେ ଋତୁସ୍ରାବ ସମୟରେ ଅନେକ ଅସୁବିଧା ସମ୍ମୁଖୀନ କରିଥାନ୍ତି ।ଋତୁସ୍ରାବକୁ ନେଇ ଆଜି ବି ଲୋକମାନଙ୍କ ମନରେ ସଙ୍କୋଚ ଭାବ ରହିଛି। ପ୍ରକୃତରେ ଏହା ମହିଳାଙ୍କ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଏଥିପାଇଁ  ପରିବାରରେ ପୁରୁଷ ହୁଅନ୍ତୁ ଅବା ମହିଳା , ସମସ୍ତେ ଚିନ୍ତାଧାରାକୁ ବଦଳାଇବାକୁ ହେବ ଏବଂ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ମାସିକ ୠତୁସ୍ରାବ ପ୍ରତ୍ୟେକ ମହିଳା ପାଇଁ ଏକ କଠିନ ସମୟ। ଏହି ସମୟରେ ଶରୀରରୁ ଅଶୁଦ୍ଧ ରକ୍ତସ୍ରାବ ହୋଇଥାଏ। ତେଣୁ ଏହି ସମୟରେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିତ୍ୟାନ୍ତ ଆବଶ୍ୟକ । ଦରକାର ପଡିଲେ ଡାକ୍ତରଙ୍କ ପରାମର୍ଶ ନିତ୍ୟାନ୍ତ ନେବା ଦରକାର । ଆଉ ସବୁଠାରୁ ବଡ ସମାସ୍ୟା ହୋଇଥାଏ ପିରିୟଡ୍ ବେଳେ କିପରି ପରିଷ୍କାର ରହିବେ ଓ ଲଜ୍ଜା କୁ ଦୁର କରିବେ । ଆଜିବି ନିରକ୍ଷର ଓ ଗରିବ ମହିଳାମାନେ ଋତୁସ୍ରାବ ସମୟରେ ସ୍ବଚ୍ଛତା ବିଷୟରେ ଅଜ୍ଞ ରହିଛନ୍ତି । ସ୍ବଚ୍ଛତା ନରହିବା କାରଣରୁ ଅସମୟରେ ରୋଗ ସଂକ୍ରମଣ ହୋଇ ଜୀବନ ହାନୀ ହେଉଛି । ଋତୁସ୍ରାବ ଜନିତ ରୋଗ ସଂକ୍ରମଣ କାରଣରୁ ଦେଶରେ ପାଖାପାଖି ୪୦ହଜାରରୁ ଅଧିକ ମହିଳା ମୃତ୍ୟୁ ମୁଖରେ ପଡୁଛନ୍ତି । ଯହାକି ସବୁଠାରୁ ବଡ ଚିନ୍ତା ର କାରଣ ଅଟେ । ଆଉ ଏଥିପାଇଁ ସଚେତନ କରାଇବା ଲକ୍ଷ ନେଇ ମୟୂରଭଞ୍ଜର ରୟାଲ ଫ୍ୟାମିଲି "ପ୍ରୋଜେକ୍ଟ ବାଲା"  ଓ "ଶିକ୍ଷା ସନ୍ଧାନ" ନାମକ ସ୍ବେଚ୍ଛାସେବୀ ସଂସ୍ଥା ସହିତ ମିଶି ଏକ ମହତକାର୍ଯ୍ୟ କରିବାକୁ ଆଗକୁ ଆସିଛନ୍ତି। ସୋମବାର ଦିନ ମୟୂରଭଞ୍ଜ ପେଲେସ ରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇ ବିଧିବଦ୍ଧ ଭାବରେ କ୍ଷେତ୍ର କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିରେ ଫିଉଚର ଷ୍ଟାର ସ୍ପୋର୍ଟସ୍ ଏକାଡେମୀ ର ରଗବୀ ମହିଳା ଖେଳାଳୀ ମାନେ ଯୋଗଦେଇଥିଲେ । ଏପରି କାମ ବହୁତ ପ୍ରଶଂସନୀୟ ଏବଂ ଏହାକୁ  ନେଇ ପ୍ରତେକଟି ମା, ଭଉଣୀ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଫିଉଚର ଷ୍ଟାର ସ୍ପୋର୍ଟସ୍ ଏକାଡେମୀ ର ସଦସ୍ୟା ଅନାମିକା ସିଂ ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ ଓଡିଶା ଖବର

ମୟୂରଭଞ୍ଜ ଫାଉଣ୍ଡେସନ, ହେଉଛି ମୟୂରଭଞ୍ଜ ରାଜ ପରିବାର ପକ୍ଷରୁ ଏକ ଉତ୍ସର୍ଗୀକୃତ ସେବାସଂସ୍ଥା । ଏହା ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ତଥା ସାମାଜିକ କାର୍ଯ୍ୟ କରି ବେଶ୍ ପ୍ରଶଂସନୀୟ କାର୍ଯ୍ୟ ପୂର୍ବରୁ ହୋଇଛି । ମାସିକ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ସୁଦ୍ଧା ଦୁର୍ଭାଗ୍ୟବଶତ ଦୀର୍ଘ ଦିନ ଧରି ଭୁଲ ଧାରଣା ଯୋଗୁ  ଯାହା ଅଗଣିତ ମହିଳା ଏବଂ ବାଳିକାଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି  । ତେଣୁ ନିରକ୍ଷର ଓ ଗରିବ ମହିଳାଙ୍କୁ ଋତୁସ୍ରାବ ସମୟରେ ବ୍ୟବହୃତ ସେନିଟାରୀ ନେପକିନ ବ୍ୟବହାର ଜାଣିବା, ବ୍ୟବହାର ସାମଗ୍ରୀକୁ କିପରି ନଷ୍ଟକରିବା , ନୂତନ କରି ଆସିଥିବା  ପୁନଃ ବ୍ୟବହାର ଯୋଗ୍ୟ ମାସିକ ଋତୁସ୍ରାବ କିଟ୍ ସମ୍ପର୍କରେ ଜାଣିବା, କଣ ଖାଦ୍ୟ ଖାଇବାର ଆବଶ୍ୟକ, ମାସିକ ଧର୍ମ ସମୟରେ କଣ କରିବା କଣ ନକରିବା ଇତ୍ୟାଦି ସମ୍ପର୍କରେ ମଙ୍ଗଳବାର ଦିନ ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 'ଭାତଛତର' ଗାଁରେ ମହିଳା ଓ ଯୁବତୀମାନଙ୍କୁ ସଚେତନତା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ଆଗାମୀ ୩ମାସ ମଧ୍ୟରେ ୧୫୦୦ମହିଳା ଓ ଯୁବତୀଙ୍କୁ ମାଗଣାରେ ପୁନଃ ବ୍ୟବହାର ଯୋଗ୍ୟ ମାସିକ ଋତୁସ୍ରାବ କିଟ୍ ବଣ୍ଟନ କରାଯିବା ସହ ସଚେତନତା କରାଯିବା ନେଇ ଲକ୍ଷ ରଖିଛି ମୟୂରଭଞ୍ଜ ଫାଉଣ୍ଡେସନ। 
ମାସିକ ଋତୁସ୍ରାବ ମହିଳା ମାନଙ୍କର ଏକ ପ୍ରାକୃତିକ ଗୁଣ ଅଟେ ଯାହା ଜଣେ ମହିଳାଙ୍କର ପ୍ରଜନନ କ୍ଷମତାକୁ ସୂଚାଇ ଥାଏ । ଏଣୁ ଆମ ସମାଜରେ ଋତୁସ୍ରାବ ସମୟରେ ରହିଥିବା କୁସଂସ୍କାରକୁ ଦୁରେଇ ସଚ୍ଛ୍ବତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ସୃଷ୍ଟି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The royal family warned illiterate, poor women to practice hygiene during menstruation | Argus News